Odiapua.com

ରଣପୁର ଛାଡଖାଇ ବଜାର ମାନ୍ଦା ବ୍ୟବସାୟୀ ହତାଶ

ନୟାଗଡ/୦୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଛାଡଖାଇ ବଜାର ଚଳିତ ବର୍ଷ ମାନ୍ଦା ଥିବା ଜଣାପଡିଛି । ପ୍ରତି ବର୍ଷ ଛାଡଖାଇ ସକାଳୁ ଆମିଷ ଦୋକାନ ମାନଙ୍କରେ ଲମ୍ବା ଲାଇନ ସହ ଭିଡ ଦେଖିବାକୁ ମିଳିଥାଏ । କାରଣ ସଂଖ୍ୟାଧିକ ଲୋକ ଓ ପରିବାର କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ନିରାମିଂଷାସୀ ହୋଇଥାନ୍ତି । ଚଳିତ ବର୍ଷ ଛାଡଖାଇ ସକାଳୁ ଆମିଷ ଦୋକାନ ମାନଙ୍କରେ ଭିଡ ଦେଖିବାକୁ ମିଳିନଥିଲା । ପ୍ରତି ବର୍ଷ ଛାଡଖାଇ ଦିନରେ ଆମିଷ ବଜାର ର ଦର ଅଧିକ ଥାଏ ।

କିନ୍ତୁ ଚଳିତ ବର୍ଷ ମଟ୍‌ନ କିଲୋ ପିଛା ୬୫୦ ଟଙ୍କା, ଚିକେନ୍ କିଲୋ ପିଛା ୧୫୦ଟଙ୍କା, ପୋଖରୀ ନଗଦ ଜିଅନ୍ତା ମାଛ କିଲୋ ପିଛା ୧୫୦ଟଙ୍କା, ବାଗ୍‌ଦା ଚିଙ୍ଗୁଡି ପିଛା ୪୦୦ଟଙ୍କା, ମରଡା ଚିଙ୍ଗୁଡି ୨୦୦ଟଙ୍କା, କଣ୍ଟାଳ ଚିଙ୍ଗୁଡି ୩୦୦ଟଙ୍କା ପ୍ରାୟତଃ ଅନ୍ୟ ମାଛ ୨୦୦ଟଙ୍କା ଭିତରେ ଥିଲା । ଆମିଷ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଦୁଇଦିନ ପୂର୍ବରୁ ଛାଡଖାଇ ବ୍ୟବସାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଆଶା ଥିଲା ଛାଡଖାଇରେ ଭଲ ବ୍ୟବସାୟ ହେବ ଭଲ ରୋଜଗାର ହେବ । କିନ୍ତୁ ଆମିଷ ବଜାର ମାନ୍ଦା ରହିବା ଯୋଗୁଁ କ୍ଷତି  ସହିଥିବା ଜଣାପଡିଛି । ଅନେକ ଆମିଷ ବ୍ୟବସାୟୀ ଙ୍କୁ ପଚାରିଲେ କୁହନ୍ତି କରୋନା ଯୋଗୁଁ ଲୋକ ମାନଙ୍କର ରୋଜଗାର କମ୍ ହାତରେ ଟଙ୍କା ପଇସାର ଅଭାବ । ତେଣୁ ଆମିଷ ବେପାର ଛାଡଖାଇରେ ମାନ୍ଦା ହୋଇଛି । ଗ୍ରାହକ ମାନଙ୍କୁ ପଚାରିଲେ କୁହନ୍ତି ଚଳିତ ବର୍ଷ ଛାଡଖାଇ ମଙ୍ଗଳ ବାର ପଡିଛି । ଘରେ ବହୁ ସ୍ତ୍ରୀ ଲୋକମାନେ ମଙ୍ଗଳ ବାର ଆମିଷ ଖାଆନ୍ତି ନାହିଁ । ତେଣୁ ଚଳିତ ବର୍ଷ ଛାଡଖାଇରେ ଆମିଷ ବଜାର ମାନ୍ଦା ରହିଛି ।