Odiapua.com

ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି :ସିକ୍ୟୁରିଟ୍ ଜଗିଛି

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୭-ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରାତ୍ରିରେ ରୋଗୀମାନଙ୍କଠାରୁ ଚୋରି ହେବାର ଅନେକ ଅଭିଯୋଗ ହେଉଥିଲା । ଅସାମାଜିକ ଯୁବକମାନେ ରୋଗୀଙ୍କ ସମ୍ପର୍କୀୟ ଶୋଇଗଲା ପରେ ଜିନିଷ ପତ୍ର ଚୋରିକରି  ନେଇ ପଳାଉଥିଲେ । ଚୋରି ବନ୍ଦ କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟ୍ ଗାର୍ଡ ନିଯୁକ୍ତି କରାଗଲା । କିନ୍ତୁ ଚୋରି ବନ୍ଦ ହେଉନାହିଁ । ଗତ ୧ ତାରିଖ ରାତ୍ରିରେ ୬,୭,୮ ନମ୍ବର ବେଡ୍ ରେ ଥିବା ରୋଗୀଙ୍କ ସମ୍ପର୍କୀୟ ଶୋଇଗଲା ପରେ ସେମାନଙ୍କଠାରୁ ୩ଗୋଟି ମୋବାଇଲ୍ ଓ ୧୭ଶହ ଟଙ୍କା ଚୋରି ହୋଇଥିବା ଜଣା ପଡିଛି ଏବଂ ଚୋରି ଘଟଣାକୁ ଲୁଚାଇବା ପାଇଁ ୱାର୍ଡ ବାରଣ୍ଡାରେ ଥିବା ସି.ସି କ୍ୟାମେରାକୁ ମଧ୍ୟ ଚୋର ଚୋରି କରି ନେଇ ଚାଲିଯାଇଛି ।

ସିକ୍ୟୁରିଟ୍ ଗାର୍ଡଠାରୁ ଖବର ପାଇ ଡାକ୍ତର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ୍ ତଦନ୍ତ ଜାରି ରଖିଛି । ଏ   ସମ୍ପର୍କେ କାର୍ଯ୍ୟରତ ଥିବା ସିକ୍ୟୁରିଟ୍ ଗାର୍ଡ ଭାଗିରଥି ନାୟକଙ୍କୁ ପଚାରିବାରେ କୁହନ୍ତି ଯେ ରାତି ଗୋଟାଏ ୩୦ ମିନିଟ୍ ସମୟରେ ମୁଁ ଆକ୍ୱାଗାର୍ଡକୁ ପାଣିପିଇବା ପାଇଁ ଯାଇଥିଲି । ସେହି ସମୟରେ ଚୋରି ହୋଇଛି । ଏ ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ସି.ସି କ୍ୟାମେରା ଫୁଟେଜ୍ ରେ କୌଣସି ସୁରାଗ ମିଳୁନାହିଁ ତଥାପି ତଦନ୍ତ ଚାଲିଛି ।