Odiapua.com

ରଣପୁର କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କଲା ଉତ୍କଳିୟମ୍ ଫାଉଣ୍ଡେସନ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୧୧/୬/ ଓଡିଶାର ଉତ୍କଳିୟମ୍ ଫାଉଣ୍ଡେସନ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟ କରୁଥିବା ପ୍ରତିଭା ମାନଙ୍କୁ ଖୋଜି ଖୋଜି  ସମ୍ମାନିତ କରିଥାଏ । ସେହିଭଳି ଭାବେ  ନୟାଗଡ ଜିଲ୍ଲା ରଣପୁରରେ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିବା ଜଣାପଡିଛି । କୋଭିଡ୍ ଯୋଦ୍ଧା  ଭାବେ ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବୈଦ୍ୟନାଥ ନନ୍ଦଙ୍କ ସହ ସମସ୍ତ ଡାକ୍ତର, ଗଣମାଧ୍ୟମ କ୍ଷେତ୍ରରେ ଦିନରାତି ଅହରହ ପରିଶ୍ରମ କରୁଥିବା ବରିଷ୍ଠ ସାମ୍ବାଦିକ ଓଡିଶା ସାମ୍ବାଦିକ  ୟୁନିଅନ୍‌ର ଶୃଖଂଳା କମିଟି ଅଧକ୍ଷ ତଥା ଜାତୀୟ ସାମ୍ବାଦିକ ୟୁନିଅନ୍ ର କାର୍ଯ୍ୟକାରିଣୀ ସଦସ୍ୟ ଆଚାର୍ଯ୍ୟ ବିଶ୍ୱରଂଜନ ଓ ଅନ୍ୟ ବରିଷ୍ଠ     ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରିଥିବା ଜଣାପଡିଛି ।

ରଣପୁର ତହସିଲ୍‌ଦାର ସଞୟ କୁମାର ସାମନ୍ତରାୟ, ବିଡିଓ ପଞାନନ ପଟ୍ଟାୟତ୍‌, ରଣପୁର ଏନ୍ ଏ ସି କାର୍ଯ୍ୟର୍ନିବାହୀ ଅଧିକାରୀ ତାପସ୍ ବିସି, ରଣପୁର ଅଗ୍ନିଶମ ଅଧିକାରୀ ସରୋଜ କୁମାର ଦାଶ, ଚାନ୍ଦପୁର ଥାନା ଇନିସ୍ପେକ୍ଟର ଧନେଶ୍ୱର  ନାହାକ ,ରଣପୁର ଥାନା ଇନିସ୍ପେକ୍ଟର ରଶ୍ମିରଂଜନ ଦାଶ, ଅଂଗନାବାଡି କର୍ମୀ ପ୍ରତିମା କୁମାରୀ ସ୍ୱାଇଁ ଓ ଆଶାକର୍ମୀ ରୂପମତୀ ମାଝି ଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍କଳିୟମ୍ ଫାଉଣ୍ଡେସନର ସଭାପତି କୁବେର ବିଶ୍ୱାଳ, ଚେୟାର୍ ମ୍ୟାନ୍ ରାଜୀବ ଲୋଚନ  ସାହୁ ଓ ରଣପୁର ର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର ଯୋଗଦେଇଥିଲେ । ରଣପୁର କୋର୍ଟର ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ ସମସ୍ତ ପ୍ରତିଭାଙ୍କୁ ଖୋଜିବା ଓ ସମ୍ମାନିତ କାର୍ଯ୍ୟରେ ସହଯୋଗ କରିଥିଲେ ।