Odiapua.com

ରଣପୁର ଏନ୍ ଏ ସି ର ଅଷ୍ଟମ ବାର୍ଷିକ ସ୍ୱାୟତ ଶାସନ ଦିବସ ପାଳିତ

ନୟାଗଡ଼ ୩୧/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁରକୁ ୧୫/୦୭/୨୦୧୪ ମସିହାରେ ବିଜ୍ଞାପିତ ଅଂଚଳ ପରିଷଦ ଭାବରେ ଘୋଷଣା କରାଯାଇଥିଲା। ବିକାଶର ଦ୍ୱାର ଦେଶରେ ପହଂଚିଥିବା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ତାର ଅଷ୍ଟମ ବାର୍ଷିକ ସ୍ୱାୟତ ଶସନ ଦିବସ ପାଳନ କରିଛି। ପ୍ରାତଃ ସମୟରେ ରାମଧୁନ୍, ସହିଦ୍ ରଘୁଦିବାକରଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା। ସକାଳ ୮ ଘଟିକା ସମୟରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ ପରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ନୂତନ ଗୃହ ଉଦଘାଟନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରାଯାଇଥିଲା।

ଦିବା ୧ ଘଟିକା ସମୟରେ ରଣପୁର ମଣିନାଗ କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ଗବେଷକ ତଥା ଲେଖକ ସତ୍ୟବାଦୀ ବଳିଆରସିଂ, ସମ୍ମାନିତ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି, ପୁରୀ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ଓ ଉପାଧକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ରଣପୁର ଭିଜନ୍ ୨୦୨୨-୨୦୨୭ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ସମସ୍ତ ବିଦ୍ୟାଳୟରେ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ରଣପୁର ର ବହୁ ବିଶିଷ୍ଟ ବ୍ୟକ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାଉନସିଲର, ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମଚାରୀ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।