Odiapua.com

ରଣପୁର ଏନ୍ ଏ ସି ଅଧକ୍ଷା ହେଲେ ବିଜେଡିର ରଙ୍ଗିନ ମହାନ୍ତି

ନୟାଗଡ଼ ୨୬/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଭାବେ ଜିତିଲେ ବିଜୁ ଜନତା ଦଳର ରଙ୍ଗିନ ମହାନ୍ତି। ରଙ୍ଗିନୀ ମହାନ୍ତି ୪୨୧୫ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରାର୍ଥିନୀ ମଧୁସ୍ମିତା ପ୍ରହରାଜ ୩୮୯୨ ଭୋଟ ପାଇଥିଲେ। ଭାରତୀୟ ଜନତା ଦଳ ପ୍ରାର୍ଥିନୀ ସୁପ୍ରିୟା ମହାପାତ୍ର ୬୭୪ ଖଣ୍ଡ ଭୋଟ ପାଇଥିଲେ। ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥିନୀ ସୁଚିତ୍ରା ମତ୍ତା ୧୯୦ ଖଣ୍ଡ ଭୋଟ ପଇଥିବା ବେଳେ ନୋଟାରେ ୬୪ ଖଣ୍ଡ ଭୋଟ ଦେଖିବାକୁ ମିଳିଥିଲା। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଓ ସ୍ୱାଧିନ ପ୍ରାର୍ଥିନୀ ଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ସେହିଭଳି ଭାବରେ କାଉନସିଲର ଭାବରେ ଭାରତୀୟ ଜନତା ପାର୍ଟି ୬ନଂ ସୋନାଲି ପ୍ରଧାନ, ୭ ନଂ କଲ୍ୟାଣୀ ପ୍ରଧାନ ଭୋଟ ପାଇ ବିଜୟଲାଭ କରିଥିବା ଜଣାପଡିଛି। ସ୍ୱାଧିନପ୍ରାର୍ଥୀ ଭାବେ ୨ନଂ ୱାର୍ଡର ପୁଷ୍ପାଞ୍ଜଳୀ ବେହେରା, ୧୧ ନଂ ୱାର୍ଡର ମମତା ପ୍ରଧାନ ବିଜୟ ଲାଭ କରିଥିବା ଜଣାପଡିଛି।

୧୫ ଗୋଟି ୱାର୍ଡ ମଧ୍ୟରୁ ବିଜୁ ଜନତା ଦଳର ୧ନଂ ଶାନ୍ତିଲତା ସାହୁ, ୩ନଂ ଟୁନିପ୍ରିୟା ନାୟକ, ୪ନଂ ବିଶ୍ୱରଞ୍ଜନ ପଟ୍ଟନାୟକ, ୫ନଂ ଦିନେଶ ପ୍ରସାଦ ପରିଡା, ୮ ନଂ ଜୟନ୍ତୀ ମହାରଣା, ୯ ନଂ କମଳାକ୍ଷୀ ଦେବୀଦର୍ଶିନୀ, ୧୦ ନଂ ନଳିତା ସ୍ୱାଇଁ, ୧୨ ନଂ ରମେଶ ଚନ୍ଦ୍ର ନାୟକ, ୧୩ ନଂ ସନ୍ଧ୍ୟାରାଣୀ ନାୟକ, ୧୪ ନଂ ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ୧୫ ନଂ ରମାକାନ୍ତ ସାହୁ ବିଜୟ ଲାଭ କରିଥିବା ଜଣାପିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ ହାତରେ ଅଙ୍କ ଥାଇମଧ୍ୟ ରଣପୁର ବ୍ଲକ ଅଧକ୍ଷ ଆସନ ହରାଇଥିବା ଯୋଗୁଁ ଦଳ ଭିତରେ ଆତ୍ମ ସମିକ୍ଷା ଲାଗିଥିବା ବେଳେ ରଣପୁର ବିଜ୍ଞାପିତ ଅଂଚଳ ଅଧ୍ୟକ୍ଷ ପଦ ହାତେଇଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଗତ ପୈାରନିର୍ବାଚନରେ ଖାତା ଖୋଲିପାରି ନଥିବା ବେଳେ ଏଥର ଖାତାଖୋଲି ୨ ଟି ଆସନରେ ବିଜୟ ହୋଇଛି। ଗତଥର ଭାରତୀୟ ଜାତୀୟ କଂଗ୍ରେସ ଗୋଟିଏ ଆସନ ପାଇଥିବା ବେଳେ ଏଥର ଖାତା ଖୋଲି ପାରିନଥିବା ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଛି।