Odiapua.com

ରଣପୁର ଉପ କୋଷାଗାରରେ ହାତଗୁଞ୍ଜାର ଅଭିଯୋଗ

ନୟାଗଡ଼ ୨୦/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁରରେ ଚାଲିଥିବା ଉପ କୋଷାଗାରରେ ବହୁ ଅନିୟମିୟତା ଅଭିଯୋଗ ହେଉଛି। ଯାହାଫଳରେ ପେନସନ୍‌ଭୋଗୀ ଙ୍କ ଠାରୁ ଆରମ୍ଭ କରି ସରକାରୀ ଚାକିରିଆ ପର୍ଯ୍ୟନ୍ତ ଏପରିକି ସାଧାରଣ ଜନତା ଉପ କୋଷାଗାରକୁ ବାରମ୍ବାର ଦଉଡ଼ି ଦଉଡ଼ି ହତାସ ହେଉଛନ୍ତି। ହାତଗୁଞ୍ଜା ନଦେଲେ ବିଭିନ୍ନ ଭୁଲର ଆଳ ଦେଖାଇ ଦିନ ଗଡ଼ାଇ ଚାଲୁଛନ୍ତି। ହାତଗୁଞ୍ଜା ପାଇଲା ପରେ ସବୁଠିକ୍ ଠାକ୍ ହୋଇଯାଉଛି। ଏଭଳି ଅଭିଯୋଗ ଆଣିଛନ୍ତି ପେନସନ୍‌ଧାରୀ ଓ ସାଧାରଣ ଜନତା।

ଏ ନେଇ ଉପ କୋଷାଗାର ଅଧିକାରୀ କ୍ଷୀରୋଦିନୀ ମାଝି ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଏଭଲି ଅଭିଯୋଗକୁ ଅସ୍ୱୀକାର କରିବା ସହ କିଛି କାଗଜାତ ତୃଟି ଯୋଗୁଁ ବିଳମ୍ବ ହେଉଛି। ଯାହାକି ଆମ୍ଭ ସ୍ତରର ନୁହେଁ ଓ ହାତଗୁଞ୍ଜା କାରବାର କଥା ଭିତ୍ତିହୀନ ବୋଲି ବରିଷ୍ଠ କିରାଣୀ ନିଳକଣ୍ଠ ରଥ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାଇ ଜିଲ୍ଲା ଉଚ୍ଚସ୍ତରୀୟ ଅଧିକାରୀ ତଦନ୍ତ କରିବାକୁ ପେନସନ୍ ଭୋଗୀ ଅନୁରୋଧ କରିଛନ୍ତି।