Odiapua.com

ରଣପୁର ଅବକାରୀ ଥାନା ଅଂଚଳରେ କଟକ ଅବକାରୀ ବିଭାଗର ଚଢାଉ

ନୟାଗଡ଼ ୨୩/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ଚୋରା ମଦ ବେପାର ବଢୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। କିଛି ଚୋରା ମଦ ବ୍ୟବସାୟୀ ଅବକାରୀ କର୍ମଚାରୀ ଙ୍କୁ ହାତ କରି ବଡଧରଣ ର ଚୋରା ମଦ ବ୍ୟବସାୟ ଚଳାଇ ଆସୁଛନ୍ତି। ରଣପୁର ଅବକାରୀ ବିଭାଗ ନିଦ ଶୋଇଥିବା ବେଳେ କଟକ ଅବକାରୀ ସ୍କ୍ୱାର୍ଡ ରଣପୁର ଅଂଚଳରେ ଚଢାଉକରି ବଡଧରଣର ସଫଳତା ପାଇଛି।

ଆଶିଷ୍ ସିଂ ଙ୍କ ନିର୍ଦେଶରେ କଟକ ଅବକାରୀ ସ୍କ୍ୱାର୍ଡର ସତ୍ୟଜିତ୍ ଖଟୁଆ ରଣପୁର ଅବକାରୀ ଥାନା ବୃନ୍ଦାବନପୁର ଗ୍ରାମପଞ୍ଚାୟତ ଘୋଡାଶାଳିଆ ଗ୍ରାମରେ ବିଶେଷ ସୂତ୍ରରୁ ଖବର ପାଇ ଜଙ୍ଗଲ ମଧ୍ୟରେ ୨୩ ତାରିଖ ସକାଳୁ ଚଢାଉ କରିଥିଲେ। ବିଦେଶୀ ନକଲି ମଦ ତିଆରି ପାଇ ରଖାଯାଇଥିବା ୧୫ ଟି ଡ୍ରମ୍‌ରୁ ୯୦୦ ଲିଟର ସ୍ପିରିଟ୍ ଜବତ କରିଥିବା ଜଣାପଡିଛି। କାହାକୁ ଗିରଫ କରିନଥିବା ବେଳେ ତଦନ୍ତ ଚାଲିଛି ବୋଲି ସତ୍ୟଜିତ ଖଟୁଆ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ରଣପୁର ଅବକାରୀ ଥାନା କାର୍ଯ୍ୟକାରିତା ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।