Odiapua.com

ରଣପୁର ଅଂଚଳ ରେ ବେଧଡକ୍ ଚାଲିଛି ଚୋରା ଦେଶୀ ମଦ ରନ୍ଧା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୭- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ କରୋନା ମହାମାରୀ ସମୟ ରେ ବିଭିନ୍ନ ନଦୀକୂଳ ରେ ହାତରନ୍ଧା ଦେଶୀ ମଦର କୂଟୀରଶୀଳ୍ପ ଭାବରେ ଚାଲିଛି । ପୋଲିସ ପ୍ରଶାସନ କୋଭିଡ୍ କଟକଣା ଭିତରେ ବ୍ୟସ୍ତ ଥିଲା ବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଜନସାଧାରଣ ଙ୍କୁ ସ୍ତମ୍ବିଭୁତ କରିଛି । ଯାହାଫଳ ରେ ରଣପୁର ଅଂଚଳ ରେ ଚୋରୀ ରାହାଜାନୀ ବଢିବାରେ ଲାଗିଛି । ଏଭଳି ନଦୀ ହେଉଛି ମନ୍ଦକିନୀ ନଦୀର ଉତ୍ପତି ସ୍ଥଳ ସହ ମହତପଲ୍ଲା ର ବିରୁଡା , ସୁରୁକାବାଡି ଓ ଖତିଆ ,ବେଗୁନିଆ ପଡା ଅଂଚଳ ।

ଯେଉଁଠାରୁ ପ୍ରତିଦିନ ହଜାର ହଜାର ଲିଟର ଦେଶୀ ମଦ ରନ୍ଧାଯାଇ କାଳୁପଡା , କୁହୁଡି ଓ ସୋରଣ ଅଂଚଳ କୁ ଚାଲାଣ କରାଯାଇଥାଏ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ଦିବ୍ୟ କିଶୋର ଟନ୍‌ଡେଲ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ଅବକାରୀ ଉପ ନିରୀକ୍ଷକ ଦାଇତ୍ୱ ରେ ଥିବା ଅଧିକାରୀ ଙ୍କ ବଦଳି ପରେ ନୂଆ ଉପ ନିରୀକ୍ଷକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏ ଖବର ଆମ୍ଭ ନିକଟରେ ନଥିଲା ଆମ୍ଭେ ଖୁବଶୀଘ୍ର ରଣପୁର ଅଂଚଳ ରେ ଚୋରା ମଦ ରନ୍ଧା ଓ ବିକ୍ରୟ ଜାଗା ଉପରେ ଚଢାଉ କରିବୁ ।