Odiapua.com

ରଣପୁର ଅଂଚଳ ରେ ଜଳବାୟୁ ପ୍ରଦୁଷିତ ଜନଜୀବନ ଅସ୍ତବ୍ୟସ୍ତ

ନୟାଗଡ/୨୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ଓ ଦେଶ ରେ ଦିନକୁ ଦିନ ପ୍ରଦୁଷଣ ମାତ୍ରା ବଢିବା ରେ ଲାଗିଛି । ଯାହାକୁ ନେଇ ପରିବେଶ ବିତ୍ ମାନେ ଘୋର ଉଦବେଗ ପ୍ରକାଶ କରୁଛନ୍ତି । ଯାନବାହାନ ରୁ ନିର୍ଗତ ଧୁଆଁ ଶବ୍ଦ ପ୍ରଦୁଷଣ କରୁଥିବା ବେଳେ ଅନେକ ଯାଗା ରେ ବାୟୁ ପ୍ରଦୁଷଣ ଜୀବନ ଯାତ୍ରା ଉପରେ ପ୍ରଭାବ ପକାଉଛି । ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡୁଛି । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ଅଂଚଳ । ରଣପୁର ବ୍ଲକ ର ଲୋଧାଚୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟନ୍ତ କୁମାର ନାୟକ କୁକୁଡା ଫାର୍ମ ଯୋଗୁଁ ପଞ୍ଚାୟତ ସାରା ଜଳବାୟୁ ପ୍ରଦୁଷିତ ହେବା ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସରକାର ଯୁବ ସମାଜ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ କର୍ମ ନିଯୁକ୍ତି ରେ କୁକୁଡା ଚାଷ ପାଇଁ ପ୍ରୋତ୍ସାହିତ କରି ଋଣ ଆଦିର ବ୍ୟବସ୍ଥା କରାଉଛନ୍ତି । କିଛି ଉଦ୍ୟମୀ ଯୁବକ ନିଜସ୍ୱ ଅର୍ଥ ଖର୍ଚ୍ଚ କରି ମାଧ୍ୟ କୁକୁଡା ଚାଷ କରୁଛନ୍ତି । ଯାହାଫଳ ରେ ରାସ୍ତା କଡ ସ୍କୁଲ ନିକଟ ଓ ଜନ ବସତି ନିକଟରେ କୁକୁଡା ଫାର୍ମ ମାନ ଛତୁ ଫୁଟିଲା ଭଳି ଦେଖିବାକୁ ମିଳୁଛି ।

ଏହିଭଳି ମଝିଆଁଖଣ୍ଡ ଠାରୁ ଆରମ୍ଭ କରି ଅନେକ ପଞ୍ଚାୟତ ର ଅବସ୍ଥା । ପ୍ରଦୁଷଣ ସର୍ମ୍ପକେ ରଣପୁର ଅତିରିକ୍ତ ପଶୁଧନ ଚିକିତ୍ସକ ଶୈଳେସ କୁମାର ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପ୍ରଦୁଷଣ ବୋର୍ଡ ଗାଇଡ୍ ଲାଇନ୍ ଅନୁଯାଇ ଏକ ଲକ୍ଷ ରୁ ଅଧିକା କୁକୁଡା ଚାଷ କଲେ ପ୍ରଦୁଷଣ ବୋର୍ଡ ରୁ ସାଟିଫିକେଟ ଆଣିବାକୁ ପଡିଥାଏ । କିନ୍ତୁ ରଣପୁର ଅଂଚଳ ରେ ସେଭଳି ଏକ ବଡ ଫାର୍ମ ଜଙ୍କିଆ ପଞ୍ଚାୟତ ରେ ରହିଅଛି । ଯାହାର ପ୍ରଦୁଷଣ ସାର୍ଟିଫିକେଟ ରହିଛି । ସେଭଳି ଆଉ ବଡ ଫାର୍ମ ରଣପୁର ଅଂଚଳ ରେ ରହିଥିବା ଆମ ନିକଟରେ ସୂଚନା ନାହିଁ । ସରକାରୀ ସହାୟତା ରେ କର୍ମନିଯୁକ୍ତି ପାଇଁ ଯେଉଁ କୁକୁଡା ଫାର୍ମ ଗୁଡିକୁ ପ୍ରୋତ୍ସାହିତ କରାଯାଇଛି ସେଗୁଡିକ ଛୋଟ ହୋଇଥିବାରୁ ପ୍ରଦୁଷଣ ବୋର୍ଡ ସାର୍ଟିଫିକେଟ୍ ଆବଶ୍ୟକ ପଡେନାହିଁ । ଯଦି କିଏ ଘରୋଇ ଉଦ୍ୟମ ରେ ଫାର୍ମ କରିଅଛି ତାହାଦ୍ୱାରା  ପ୍ରଦୁଷଣ ହେଉଛି ସେ ସର୍ମ୍ପକେ ଆମ ନିକଟରେ କୈାଣସି ସୂଚନା ନାହିଁ । ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ପ୍ରଦୁଷଣ ସର୍ମ୍ପକେ ଯୋଗାଯୋଗ କରିବାରେ କୁହନ୍ତି ଯେ କୁକୁଡା ଫାର୍ମ ଯୋଗୁଁ ପ୍ରଦୁଷଣ ହେଉଥିବା ଆମ ନିକଟ ରେ ଅଭିଯୋଗ ହୋଇନାହିଁ । ଅଭିଯୋଗ ଆସିଲେ ଜିଲ୍ଲାପାଳ ସେ ସର୍ମ୍ପକେ ନିଷ୍ପତି ନେବେ । ଜିଲ୍ଲା ପ୍ରଦୁଷଣ ବୋର୍ଡ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଅନୁରୋଧ କରୁଛନ୍ତି ।