Odiapua.com

ରଣପୁର ଅଂଚଳରେ ସରସ୍ୱତୀ ପୂଜା ଫିକା

ନୟାଗଡ ୦୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ କୋଭିଡ୍ କଟକଣା ସାମାନ୍ୟ କୋହଳ କରାଯାଇଥିବା ବେଳେ ଚଳିତ ବର୍ଷ ସରସ୍ୱତୀ ପୂଜା ଫିକା ଫିକା ଅନୁଭୁତ ହେଉଛି। ରଣପୁର ବଡଦାଣ୍ଡରେ ଥିବା ବୀଣାପାଣି କ୍ଲବ ତରଫରୁ ପୂଜା ମଣ୍ଡପରେ ସରସ୍ୱତୀ ପୂଜା ବହୁ ଆଡମ୍ବରରେ କରାଯାଇଥାଏ।

ପ୍ରତିବର୍ଷ ୩ ଦିନଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏଠାରେ କେବଳ ନିତିକାନ୍ତିର ସହ ସରସ୍ୱତୀ ପୂଜା କରାଯାଇଛି। ସେହିଭଳି ଭାବରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜରେ ଅଳ୍ପ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଅଛି।