Odiapua.com

ରଣପୁର ଅଂଚଳରୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ୪୯ ଟି ସ୍ୱାବ୍ ନମୁନା ସଂଗ୍ରହ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୫-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ପ୍ରବାସୀ ଓଡିଆ ଶ୍ରମିକ ମାନେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ମେ ୬ ତାରିଖ ରେ ୪୯ ଜଣ ଶ୍ରମିକଙ୍କର ସ୍ୱାବ୍ ନମୁନା ସଂଗ୍ରହ ହୋଇଥିବା ଜଣା ପଡିଛି । ରାଜସୁନାଖଳା ପ୍ରାଥମିିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସ୍ୱାବ୍ ନମୁନା ସଂଗ୍ରହ କରାଯାଇଅଛି । ରାଜ୍ୟ ଲାବରେଟାରୀ କୁ ଟେଷ୍ଟ ପାଇଁ ପଠାଯିବ । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବୈଦ୍ୟନାଥ ନନ୍ଦଙ୍କ ସୁଚନା ଅନୁଯାୟୀ ପୁର୍ବରୁ ରଣପୁର ଅଂଚଳର ୪୦ଟି ସ୍ୱାବ୍ ନମୁନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠା ଯାଇଥିଲା ।

ସେ ସବୁର ରିପୋର୍ଟ ନେଗେଟିଭ୍ ଆସିଅଛି । ଆଜି ନରସିଂହପୁର କ୍ୱାରେଣ୍ଟାଇନ କେନ୍ଦ୍ରରୁ ସୁରତ୍ ଫେରନ୍ତା ୨୯ ଜଣଙ୍କର, ହଂସରା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଯାଜପୁର ଫେରନ୍ତା ୨ଜଣଙ୍କର, ମହତପଲ୍ଲା କ୍ୱାରେଣ୍ଟାଇନ କେନ୍ଦ୍ରରୁ ବାଲେଶ୍ୱର ଫେରନ୍ତା ୨ଜଣଙ୍କର ଓ ରାଜସୁନାଖଳା କ୍ୱାରେଣ୍ଟାଇନ କେନ୍ଦ୍ରରୁ ସୁରତ୍ ଫେରନ୍ତା ୧୬ଜଣଙ୍କର ଏପରି ସମୁଦାୟ ୪୯ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବା ସୁଚନା ମିଳିଛି ନରସିଂହପୁର କ୍ୱାରେଣ୍ଟାଇନ କେନ୍ଦ୍ରର ଦାୟିତ୍ୱରେ ଥିବା ସରପଂଚ ନିତ୍ୟାନନ୍ଦ ପରିଡା ଆମ୍ବୁଲାନ୍ସ ଯୋଗେ ପ୍ରବାସୀ ଶ୍ରମିକ ମାନଙ୍କୁ ରାଜସୁନାଖଳା ପଠାଇବା ପାଇଁ ସହଯୋଗ କରିଥିଲେ ।