Odiapua.com

ରଣପୁରରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ

ନୟାଗଡ଼ ୦୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଇଁ ଦାବି କରାଯାଉଥିବା ରଣପୁର ଜଗନ୍ନାଥ ମନ୍ଦିର ସାମ୍ନାରେ ପବିତ୍ର ଅକ୍ଷୟ ତୃତୀୟା ବିଳମ୍ବିତ ସଂନ୍ଧ୍ୟାରେ ୩ ରଥ ନିର୍ମାଣ ପାଇଁ ୩ ଗୋଟି ଧଉରା କାଠ ଅନୁକୂଳ କରାଯାଇଥିବା ଜଣାପଡ଼ିଛି। ଅତୀତରେ ରଣପୁର ସଂରକ୍ଷିତ ମାଳ ଜଙ୍ଗଲରେ ପ୍ରବଳ ଧଉରା କାଠ ଥିଲ। କିନ୍ତୁ ଚଳୀତବର୍ଷ ରଣପୁର ମାଳ ଅଂଚଳରେ ରଣପୁର ରେଞ୍ଜର ସୁବ୍ରତ କୁମାର ବେହେରା ଓ ରଣପୁର ଦେବୋତ୍ତର ମ୍ୟାନେଜର ରମେଶ କୁମାର ପ୍ରଧାବ ରଣପୁର ମାଳ ଅଂଚଳରେ ଧଉରା କାଠର ସନ୍ଧାନ କରି ପାଇନଥିଲେ। ତେଣୁ ନୟାଗଡ ବନଖଣ୍ଡ ଗୋଡିପଡ଼ି ବନପାଳଙ୍କ ଅଧିନରେ ଥିବା ଡେଙ୍ଗାଝରି ଜଙ୍ଗଲରୁ ୩ ଗୋଟି ଧଉରା କାଠ ଆଣିଥିବା ଜଣାପଡ଼ିଛି। ଗ୍ରାମବାସୀ ମାନେ ଜଗିଥିବା ଜଙ୍ଗଲରୁ ଗ୍ରାମବାସୀମାନେ ଦାନ କରିଥିବା ଜଣାପଡିଛି। ତେଣୁ ଅକ୍ଷୟତୃତୀୟା ବିଳମ୍ବିତ ସଂନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ଭିତର ନୀତିକାନ୍ତି ପରେ ଚନ୍ଦନଲାଗି କରାଯାଇଥିଲା।

ପରେ ଠାକୁର ମାନେ ମନ୍ଦିର ସାମ୍ନା ଜଗନ୍ନାଥଙ୍କ ରଥଖଳାକୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଆସିଥିଲେ। ସେଠାରେ ମୁଖ୍ୟ ମହାରଣ କବିରାଜ ପ୍ରଧାନ, ପ୍ରମୁଖ ମହାରଣା ସରୋଜ କୁମାର ମହାରଣା, ବିଜୟ କୁମାର ମହାରଣା ଓ ଭବାନୀ ଶଙ୍କର ମହାରଣା ରଥକାଠ ରାଜ ପୁରୋହିତ ବିଶ୍ୱନାଥ ଷଢ଼ଙ୍ଗୀଙ୍କ ପୂଜାର୍ଚ୍ଚନା ପରେ ଅନୁକୂଳ କରିଥିଲେ। ଦେବୋତ୍ତର ମ୍ୟାନେଜର ରମେଶ କୁମାର ପ୍ରଧାନ, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଓ ଉପଦେଷ୍ଠା କମିଟି ଉପସ୍ଥିତ ଥିଲେ। ୨ ବର୍ଷ ହେଲା ରଣପୁର ଜଗନ୍ନାଥଙ୍କର ଘୋଷଯାତ୍ରା କରୋନା କଟକଣା ଯୋଗୁଁ ଫିକା ପଡିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ପ୍ରତି ଭକ୍ତମାନଙ୍କର ମନରେ ଆବେଗ ସୃଷ୍ଟି ହୋଇଥିବା ଜଣାପଡ଼ିଛି।