Odiapua.com

ରଣପୁରରେ ଦିନରାତି ଚାଲିଛି ବେଆଇନ ପଥର ଖନନ

ନୟାଗଡ ୧୫/୧୧ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ) – ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଦୀର୍ଘଦିନ ହେଲା ବେଆଇନ ଚୋରା ମାଙ୍କଡା ପଥର ଖନନ ଚାଲି ଆସୁଛି। ଗତ ୨ ମାସ ତଳେ ରଣପୁର ତହସିଲ୍ ତରଫରୁ କିଛି ପଦକ୍ଷେପ ନିଆଯାଇଥିଲା। ଯାହା ଦ୍ୱାରାକି ପଥର ଖନନ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ଏବେ ଖୁଲମ ଖୋଲା ବେଆଇନ ଭାବେ ଦିନରାତି ଚୋରା ମାଙ୍କଡା ପଥର ଖନନ କାର୍ଯ୍ୟ ଚାଲୁଅଛି। ସେହିଭଳି ଘଟଣା ବନ୍ଧପଲ୍ଲା ନିକଟ ମୁକ୍ତାପୁର, ଜଙ୍କିଆ ଅଂଚଳରେ ଦେଖିବାକୁ ମିଳିଛି। ଯାହା ଫଳରେ ଗ୍ରାମବାସୀମାନେ ନିଜ ଚାଷ ଜମିକୁ ଯିବାକୁ ଅସୁବିଧା ଭୋଗ କରଛନ୍ତି ତା ସହ ପଥର ଖଣିରେ ପଡି ଗାଈ ଗୋରୁ ମାନେ ଛୋଟଛୋଟ ପିଲାମାନେ ଜୀବନ ହରାଉଛନ୍ତି। ଗ୍ରାମବାସୀମାନେ ରଣପୁର ତହିସଲଠାରୁ ଚାନ୍ଦପୁର ଥାନା ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କେହି ଗ୍ରାମବାସୀଙ୍କ କଥା ଶୁଣୁ ନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଚୋରା ଖଣି ବେପାରୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ବନ୍ଦ କରି ଚୋରା ଖଣି ଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।