ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୪-ନୟାଗଡ ଜିଲ୍ଲା ରଣପୁର ଭାରତୀୟ ଜନତା ପାର୍ଟି ତରଫରୁ କୋଭିଡ୍-୧୯ କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ସମୟରେ ରଣପୁର ନୋଡାଲ ଅଫିସର୍, ଥାନା ଇନିସ୍ପେକ୍ଟର ଓ ସମସ୍ତ ଯୋଦ୍ଧା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଜଣା ପଡିଛି । ରଣପୁର କରୋନା ନୋଡାଲ ଅଫିସର୍ ତଥା ତହସିଲ୍ଦାର ସଂଜୟ କୁମାର ସାମନ୍ତରାୟ, ରଣପୁର ଥାନା ଇନିସ୍ପେକ୍ଟର ରଶ୍ମିରଂଜନ ଦାଶ, ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର୍ ଡା.ବୈଦ୍ୟନାଥ ନନ୍ଦ, ରଣପୁର ଅଗ୍ନିଶମ ବାହିନୀ ଅଧିକାରୀ ସରୋଜ କୁମାର ଦାଶ ଓ ରଣପୁର ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କୁ କରୋନା ଯୁଦ୍ଧରେ ସଠିକ୍ ଭାବରେ କାର୍ଯ୍ୟ ନିର୍ବାହ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣା ପଡିଛି ।
ଏଥିରେ ନୟାଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ଉପସଭାପତି ପରେଶ ମିଶ୍ର, ରଣପୁର ବ୍ଲକ୍ ଉପାଧକ୍ଷ ପ୍ରଶାନ୍ତ ନାୟକ, ନୟାଗଡ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତାପସ ମାର୍ଥା, ରାଜସୁନାଖଳା ମଣ୍ଡଳ ସଭାପତି ଜୟନ୍ତ ନାୟକ ଓ ରଣପୁର ଏନ୍.ଏ.ସି ସମ୍ପାଦକ ମନୋରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ରଣପୁର ଅଂଚଳର ଟିକ୍ନିକ୍ ଖବର ସଠିକ୍ ଭାବରେ ପ୍ରକାଶନ କରିଥିବାରୁ ସାଧୁବାଦ ଜଣାଇଛନ୍ତି ।