Odiapua.com

ରଣପୁରରେ କମିଲା ହୋମ୍ ଆଇସୋଲେସନ୍ ସଂଖ୍ୟା ଲକ୍ ଡାଉନ୍ ଓ ସାମାଜିକ ଦୁରତ୍ୱ କଡାକଡି

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଲକ୍ ଡାଉନ୍ ଓ ସାମାଜିକ ଦୁରତ୍ୱକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି । ଯାହା ଫଳରେ ହୋମ୍ ଆଇସୋଲେସନ୍ ସଂଖ୍ୟା କମିବାରେ ଦେଖାଦେଇଛି । ସେଥିପାଇଁ ରଣପୁର ଥାନା ପୋଲିସ୍ ଓ ପ୍ରଶାସକମାନେ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି ।  ହୋମ୍ ଆଇସୋଲେସନ୍ ସଂଖ୍ୟା ଗତ ୨୩ ତାରିଖରେ ୧୨୫ ଥିବାବେଳେ ୨୪ ତାରିଖରେ ୭୪ଏବଂ ୨୫ ତାରିଖରେ ୫୪ରେ ପହଁଚିଛି ବୋଲି ରଣପୁର ମେଡିକାଲ୍ ଅଫିସର୍ ବୈଦ୍ୟନାଥ ନନ୍ଦଙ୍କଠାରୁ ସୁଚନା । ରଣପୁର ପୋଲିସ୍ ଓ ପ୍ରଶାସକଙ୍କ ତରଫରୁ ରଣପୁର ଜଗନ୍ନାଥ ମନ୍ଦିର ନିକଟରେ ଏକ ନାକାବନ୍ଦୀ ଚେକ୍ ପୋଷ୍ଟ କରାଯିବା ସହ ୩ଗୋଟି ମୋବାଇଲ୍ ଭ୍ୟାନ୍ ରଣପୁର ଗଳି କନ୍ଦିରେ ବୁଲୁଅଛି । ସେହିଭଳି ଭାବରେ ଚାନ୍ଦପୁର ଥାନା ଅଂଚଳରେ ମଧ୍ୟ କଡାକଡି ଭାବେ ଲକ୍ ଡାଉନ୍ କୁ କାର୍ଯ୍ୟକାରୀ କରାଯାଉଛି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଓ ନୋଡାଲ ଅଫିସର୍ ସ୍ଥାନୀୟ ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ନିଜେ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଉଥିବା ଦେଖାଦେଇଛି ।

ରଣପୁର ଥାନା ପୋଲିସ୍ ଥାନା କେସ୍ ନଂ-୮୩୮୪ ଋଜୁ କରି ଲକ୍ ଡାଉନ୍ ରେ ବିଭ୍ରାଟ କରୁଥିବା ୧୮ଜଣଙ୍କ ନାମରେ ମାମଲା ଋଜୁ କରିଥିବା ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ସୁଚନା ଦେଇଛନ୍ତି । ସକାଳୁ ସକାଳୁ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଓ ସବ୍ ଇନିସ୍‌ପେକ୍ଟର ବିଦିତା ନାୟକ ରଣପୁର ଡାକ୍ତର ଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରୁଥିବା ଠିକାଦାର ଲିଙ୍ଗରାଜ ନାୟକଙ୍କୁ ଡାକି ଧମକାଇଥିଲେ । ତେଣୁ ଲିଙ୍ଗରାଜ ନାୟକ ନୟାଗଡ ଏସ.ପି ପ୍ରତ୍ୟୁଷ ଦିୱାକରଙ୍କ ନିକଟରେ ଫେରାଦ ହୋଇଥିଲେ । ଠିକାଦାର ଲିଙ୍ଗରାଜ ନାୟକଙ୍କ କହିବା ଅନୁଯାୟୀ ରଣପୁର ଥାନା ପୋଲିସ୍ ପୁର୍ବରାଗ ରଖି ଆମ୍ଭଙ୍କୁ ପୋଲିସ୍ ଧମକାଉଛି । ଯଦି ଏହିଭଳି ଆଗାମୀ ଦିନରେ କରେ ତାହେଲେ ଆମ୍ଭେ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ବନ୍ଦ କରି ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଜଣାଇବୁ । ଏ ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଠିକାଦାର ଲିଙ୍ଗରାଜ ନାୟକ ଆମ୍ଭେ ଦୋକାନ ବଜାର ବନ୍ଦ କରୁଥିବା ସମୟରେ ସେ ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ଉତ୍ସାହିତ କରୁଥିଲେ ।