Odiapua.com

ରଣପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ନୟାଗଡ଼ ୨୦/୦୮(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଅହିଂସା ଆନ୍ଦୋଳନ କୁ ମନେ ପକାଇବା ପାଇଁ ସରକାର ସଚେତନତା ପାଇଁ ଅହିଂସା ରଥ ବୁଲାଇବା କାର୍ଯ୍ୟକ୍ରମ କରିଛନ୍ତି। ସେହି ଅହିଂସା ରଥକୁ ରଣପୁର ବ୍ଲକ ଚମ୍ପାଗଡ ଗ୍ରାମପଞ୍ଚାୟତ ଠାରେ ପ୍ରଥମେ ସ୍ୱାଗତ କରାଯାଇଥିଲା। ସେହି ସ୍ୱାଗତ ଉତ୍ସବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ଜିଲ୍ଲାପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ସାମିଲ ହୋଇଥିଲେ। ଏହି ଅହିଂସା ରଥ ରଣପୁର ର ଗ୍ରାମପଞ୍ଚାୟତ ଗୁଡିକରେ ପହଂଚିଥିଲା। ସେଠାରେ ମିଶନ୍ ଶକ୍ତି ଓ ଜୀବିକା ମିଶନ ର ମହିଳା ସମସ୍ତ ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି ମାନେ ସମବେତ ଭାବରେ ସ୍ୱାଗତ କରିଥିଲେ।

ରଣପୁର ବ୍ଲକ ସଦର ମହକୁମା ଓ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟରେ ଅହିଂସା ରଥ କୁ ସ୍ୱାଗତ କରାଯାଇଥିଲା। ଭାରତର ସ୍ୱାଧିନତା ଆନ୍ଦୋଳନରେ ଅହିଂସା ପଥ ମାର୍ଗରେ ମହାତ୍ମାଗାନ୍ଧୀ ଙ୍କ ଡାକରାରେ ଭାରତବାସୀ ଏକଜୁଟ୍ ହୋଇଥିଲେ। ତେଣୁ ଭାରତର ସେହି ଅଖଣ୍ଡତା ଅହିଂସା ପଥ କୁ ମନେ ପକାଇବା ପାଇଁ ଏ ଅହିଂସା ରଥ ପରିକ୍ରମା କରୁଛି ବୋଲି ବିଧାୟକ ଓ ଜିଲ୍ଲାପରିଷଦ ସଭାପତି ଜନସାଧାରଣ ଙ୍କୁ ସଚେତନ କରାଇଥିଲେ। ଏହାଫଳରେ ରଣପୁର ଗଡଜାତରେ ସ୍ୱାଧିନତା ଆନ୍ଦୋଳନର ମନୋଭାବ ଉଦ୍‌ଜୀବିତ କରିଥିଲା।