Odiapua.com

ରଣପୁରରୁ ମେଲାଣି ନେଲେ ଜଗତ୍‌ଜନନୀ ମା’

ନୟାଗଡ଼ ୦୭/୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଶାରଦୀୟ ଦୁର୍ଗାପୂଜା ଅବସର ଶେଷରେ ଭଷାଣୀ ପୂର୍ବରୁ ସିଂହଦ୍ୱାରରୁ ମେଲାଣି ନେଲେ ଜଗତ୍‌ଜନନୀ ମା’। ନୟାଗଡ଼ ଜିଲ୍ଲା ରଣପୁର ବଜାରରେ ୫୮ ତମ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବର୍ଷ ଭଷାଣୀ ପୁର୍ବରୁ ଜଗତ୍‌ଜନନୀ ମା’ ରଣପୁର ଜଗନ୍ନାଥ ମନ୍ଦିରର ସିଂହଦ୍ୱାରକୁ ଯାଇଥାନ୍ତି। ସେଠାରେ ସମସ୍ତ ଦେବାଦେବୀ ଙ୍କ ଠାରୁ ମେଲାଣି ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ସେହିଠାରୁ ଭଷାଣୀ ଯାତ୍ରାମାଙ୍କର ଆରମ୍ଭ ହୋଇଥାଏ।

ଚଳିତ ବର୍ଷ ଅକ୍ଟୋବର ୬ ତାରିଖ ବିଳମ୍ବିତ ସଂନ୍ଧ୍ୟାରେ ଜଗତ୍‌ଜନନୀ ମା ସିଂହଦ୍ୱାର ରୁ ପ୍ରଥା ପରମ୍ପରା ଅନୁଯାଇ ମେଲାଣି ନେଇଥିଲେ। ବିରାଟ ପଟୁଆର ରେ ନାଚଗୀତର ସହ ବଡ଼ଦାଣ୍ଡ ପରିକ୍ରମା କରାଇ ଶ୍ରଦ୍ଧାଳୁ ଭକ୍ତମାନେ ମା ଙ୍କୁ ମନ୍ଦାକିନୀ ନଦୀରେ ବିସର୍ଜନ କରାଇଥିଲେ। ଧନେଶ୍ୱର ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା କୁ ଶୃଙ୍ଖଳିତ ଭାବରେ କରାଇଥିଲେ।