ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳର ଯୁବ ଉଦ୍ୟୋଗପତି ରଞ୍ଜନ ସାହୁକୁ ପୁନଶ୍ଚ ଚାନ୍ଦବାଲି ବ୍ଲକର ବିଜୁ ଜନତା ଦଳର ଯୁବ ସଭାପତି ଭାବେ ଘୋଷଣା କରାଯାଇଛି । ଆଜି ଏ ନେଇ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଘୋଷଣା କରିବା ପରେ ଧାମରା ଅଂଚଳ ତଥା ଚାନ୍ଦବାଲି ବ୍ଲକରେ ଖୁସିର ଲହରି ଖେଳିଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ରଞ୍ଜନ ସାହୁ ଜଣେ ଉଦ୍ୟୋଗପତି ଭାବେ ଜଣାଶୁଣା ଥିବା ବେଳେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ନିର୍ଦେଶରେ ୨୦୧୭ ମସିହାରେ ଧାମରା ପଂଚାୟତରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରଥମେ ନିଜର ସ୍ଥୀ ମାନସୀ ସାହୁଙ୍କୁ ଧାମରା ପଂଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ କରାଇବା ପରେ ଚାନ୍ଦବାଲି ବ୍ଲକର ଅଧ୍ୟାକ୍ଷା ଭାବେ କାର୍ଯ୍ୟ ସମ୍ଭାଳିଥିଲେ । ପରେ ୨୦୨୨ ପଂଚାୟତ ନିର୍ବାଚନରେ ସେ ୩ନଂ ଜୋନର ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୨ ମସିହାରେ ସେ ଚାନ୍ଦବାଲି ବ୍ଲକର ବିଜୁ ଜନତା ଦଳର ଯୁବ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସେ ମଧ୍ୟ ସୁଚାରୂ ରୂପେ ଏହି କାର୍ଯ୍ୟଭାର ତୁଲାଇଥିଲେ । ଚଳିତ ବର୍ଷ ପୁନଶ୍ଚ ରଞନ ସାହୁଙ୍କୁ ଏହି କାର୍ଯ୍ୟଭାର ସମର୍ପଣ କରାଯାଇଥିବାରୁ ସେ ଆଗାମୀ ଦିନରେ ଯୁବ ଶକ୍ତି କୁ ସଂପୂର୍ଣ ଏକତ୍ରିତ କରି ବିଜୁ ଜନତା ଦଳର ଆଭିମୁଖ୍ୟ କୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇ ସମସ୍ତ ଲକ୍ଷ୍ୟ ହାସଲ କରିବେ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ ।