Odiapua.com

ରଜ ମହୋତ୍ସବ ୨୦୧୯ ପାଇଁ କମିଟିର ସାମ୍ବାଦିକ ସମ୍ମିଳନୀ

ଖଇରା, ୧୦/୬/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଜେଭିସିସି କମ୍ପୁଟର କେନ୍ଦ୍ର ପରିସରରେ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପିତ୍ୱରେ ଖଇରା ବ୍ଲକର ଇଲୋକଟୋ୍ରନିକ ଓ ପ୍ରିଣ୍ଟ ମିଡିଆର ସାମ୍ବାଦିକମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ତା୧୩, ୧୪, ୧୫ ଓ ୧୬ ରିଖ ନୟାଖଣ୍ଡି ପଚାଂୟତ ସୁନ୍ଦରପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ରଜ ମହୋତ୍ସବ ୨୦୧୯ର ପ୍ରଚାର ପ୍ରସାର ବିଷୟରେ ମହୋତ୍ସବ କମିଟିର ସଭାପତି ସୁରେନ୍ଦ୍ର ନାଥ ରାଉତ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ। ବୁଡି ଯାଉଥିବା ପରମ୍ପରାକୁ ଉଦ୍ ଜୀବିତ କରିବା ଓ ନୂତନ ପରମ୍ପରାକୁ ଆପଣେଇବା ହେଉଛି ଏହି ମହୋତ୍ସବର ମୂଳଲକ୍ଷ। ଅତୀତରୁ ଓଡିଆ ମାନେ ବହୁ ପରମ୍ପରା ମାନି ଚଳିଆସୁଥିଲେ ହେଲେ ଆଜିକାଲିର ଓଡିଆ ମାନେ ସେବୁକୁ ବୁଡେଇଦେଲେଣି। ସେହି ସବୁ ବୁଡିଯାଉଥିବା ପରମ୍ପରାକୁ ଉଦ୍ ଜୀବିତ କରିବା ସହିତ ବର୍ତ୍ତମାନର ବୈଜ୍ଞାନିକ ଯୁଗରେ ସୃଷ୍ଟି ହେଉଥିବା ନୂଆ ନୂଆ ପରମ୍ପରାକୁ ଆପଣେଇ ପାରିଲେ ଏହି ରଜ ମହୋତ୍ସବ ଲକ୍ଷ ସଫଳ ହେବ ବୋଲି ମହୋତ୍ସବ ସଭାପତି ସୁରେନ୍ଦ୍ର ନାଥ ରାଉତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହିକାର୍ଯ୍ୟକ୍ରମ ୪ ଦିନ ଚାଲିବା ସହିତ ପ୍ରତ୍ୟେକ ରାତିରେ ବିଭିନ୍ନ ପ୍ରକାରର ସାଂସ୍କୃିତକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାହୋଇଛି। ବିଧାୟକ ତଥା ବର୍ତ୍ତମାନର ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବାର ସଂପାଦକ ପ୍ରକାଶ କରିଥିଲେ। ସଂପାଦକ ବିଷ୍ଣୁ ପ୍ରସାଦ ମିଶ୍ର ୪ ଦିନଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ବରିଷ୍ଠ ଉପଦେଷ୍ଠା ଉମେଶ ଚନ୍ଦ୍ର ନାୟକ ଭୁଲିଯାଉଥିବା ପରମ୍ପରାକୁ ବଂଚାଇ ରଖିବା ନୂତନ ପରମ୍ପରାକୁ ଆପଣେଇବା ସହିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, କେରମ, ଲୁଡୁ, ତାସ, ଚେସ, ଦୋଳୀ ପ୍ରଭୁତି ଖେଳର ପ୍ରତି ଯୋଗିତା ଆଦି ବିଭିନ୍ନ ପ୍ରତିଯୋଗିତାମାନଙ୍କ ଦ୍ୱାରା ଅନୁଷ୍ଠିତ ହେବାର କର୍ଯ୍ୟକ୍ରମ ସ୍ଥିର କରାହୋଇଛି ବୋଲି କହିଥିଲେ।ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାରପ୍ରଦାନର ବ୍ୟନସ୍ଥା ମଧ୍ୟ ଅଛି। ରଜ କୁଇନ ପ୍ରତିଯୋଗିତାରେ ବିଜୟନୀଙ୍କୁ ପୁରସ୍କାର ପ୍ରଦାନର ବ୍ୟବସ୍ଥା ଥିବାର ପ୍ରକାଶ କରିଥିଲେ। ଶେଷରେ ଅଂଚଳବାସୀଙ୍କ ଅକୁଷ୍ଠିତ ସାହାଯ୍ୟ ଓ ସହଯୋଗ ପାଇ ୨ୟ ବର୍ଷରେ ପଦାର୍ପଣ କରିଥିବା ଓ ହଜିହଜି ଯାଉଥିବା ଅତୀତର ଓଡିଆ ପରମ୍ପରାକୁ ଉଦ୍ ଜୀବିତ କରିବା ଏବଂ ନୂତନ କରି ସୃଷ୍ଟି ହେଉଥିବା ପରମ୍ପରାକୁ ଆପଣେଇ ଆଗାମୀ ଦିନ ପାଇଁ ଏକ ଉଦାହରଣ ହେବ ବୋଲି ସଂପାଦକ ବିଷ୍ଣୁ ପ୍ରସାଦ ମିଶ୍ର କହି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କମିଟି ତରଫରୁ ହରେକୃଷ୍ଣ ରାଉତ, ବୁଦ୍ଧିରାମ ପାଣିଗ୍ରାହୀ, ବିଭୁତି ଭୂଷଣ ତ୍ରିପାଠୀ, ଚିନ୍ତାମଣି ସାହାଣୀ, ରାମକୃଷ୍ଣ ପାଢୀ, ସୌଭାଗ୍ୟ ନାୟକ, ଉପେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ନରେନ୍ଦ୍ର ପ୍ରସାଦ ବେହେରା, ପଦ୍ମଲୋଚନ ଦାସ, କୈଳାସ ଦାସ, ହିମାଂଶୁ ଦାସ, ତପୋଧନ ବାରିକ, ଉତ୍କଳବନ୍ଧୁ ପଣ୍ଡା, ଅନାମ ଚରଣ ପଣ୍ଡା, ବଳରାମ ପଣ୍ଡା, ଦୟାନିଧି ମହାପାତ୍ର, ବଳରାମ ଲେଙ୍କା, ନିଶିକାନ୍ତ ମହାନ୍ତି, ଧନଞ୍ଜୟ ପଣ୍ଡା ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।