Odiapua.com

ରଜ ପାଇଁ ଆଖଣ୍ଡଳମଣି ପୀଠରେ ଲାଗିଲା ୧୪୪ ଧାରା

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ସଂକ୍ରନ୍ତୀ ପାଇଁ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଥାନ୍ତା ହଜାର ହଜାର ଭକ୍ତଙ୍କ ଭିଡ । ହେଲେ ମହାମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇଥିବାରୁ ଦୀର୍ଘ ୩ମାସ ଧରି ସମସ୍ତ ମନ୍ଦିର ବନ୍ଦ ରହିବା ଦ୍ୱାରା ସାଧାରଣ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିଛି । ଅନ୍ୟପଟେ ସୀମିତ ସେବାୟତ ମଣିବାବଙ୍କର ଦୈନଦିନ ନୀତିକାନ୍ତି ସୁଚାର ରୂପେ ସମ୍ପାଦନ କରୁଥିଲେ ମଧ୍ୟ ଭକ୍ତ ବିନା ଖାଁଖାଁ ହୋଇ ପଡିଛି ସମଗ୍ର ଆରଡିପୀଠ । ଏପରିକି ରଜ ସଂକ୍ରାନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଓ ମଙ୍ଗଳବାର ୨ଦିନ ଧରି ପୀଠରେ ଜାରି ହୋଇଛି ୧୪୪ଧାରା । ଫଳରେ ଭକ୍ତମାନେ ମନ୍ଦିର ନିକଟକୁ ନଆସି ଘରେ ରହି ମଣିବାବଙ୍କୁ ଭକ୍ତିପୃତ ଭାବେ ପୂଜା କରୁଥିବା ଭକ୍ତ ମିଟ ଜେନା, ନଟବର ନାୟକଙ୍କ ସହ ବହୁ ଭକ୍ତ ପ୍ରକାଶ କରିଛନ୍ତି । ଏପଟେ ରଜ ସଂର୍କାନ୍ତୀ ଅବସରରେ ମନ୍ଦିର ଦ୍ୱାର ଭୋର ୪ଟାରେ ଫିଟା ଯିବା ପରେ ମଙ୍ଗଲ ଆଳତୀ, ମହାସ୍ନାନ, ଘର୍ଷଣଲାଗି, କରାଯାଇ ରୀତିନୀତି ଅନୁଯାୟୀ ଚନ୍ଦନ, ଫୁଲ ବେଲ୍ୱପତ୍ର ଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବା ସହିତ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା । ପରେ ଦୈନଦିନ ନୀତିକାନ୍ତି ଅନୁଯାୟୀ ସମସ୍ତ ନୀତିକାନ୍ତି ସହ ଅପରାହ୍ଣରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ।

????????????????????????????????????