Odiapua.com

ରଙ୍ଗର ହୋଲିରେ ରକ୍ତର ହୋଲି ନିରାକାରପୁରରେ ମର୍ଡର

ଭୁବନେଶ୍ୱର;୦୨, ୦୩, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆଜି ବିଭିର୍ଣ୍ଣ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ପ୍ରେମର ପର୍ବ ରଙ୍ଗର ହୋଲି ଖେଳ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଅଞ୍ଚଳରେ ପାଳନ ହୋଇଛି ହିଂସା ତଥା ରକ୍ତର ହୋଲି।ଗୋଷ୍ଠି ଗଣ୍ଡଗୋଳ ଘଟି ଜଣଙ୍କୁ ମର୍ଡର କରାଯାଇଛି।ନିରାକାରପୁର ଥାନା ଅନ୍ତର୍ଗତ ଖଜୁରୀପଡ଼ା ଏବଂ ବଡ଼ପୋଖରୀଆ, ବୋଡ଼ଙ୍ଗରା ଅଞ୍ଚଳର କିଛି ଯୁବକ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ବୋଡ଼ଙ୍ଗରା ଗ୍ରାମର କିଛି ଯୁବକ ଆସି ସଙ୍ଘବଦ୍ଧ ଭାବରେ ଖଜୁରୀପଡ଼ା ଗ୍ରାମର କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ।ଏଥିରେ ଖଜୁରୀପଡ଼ା ଗ୍ରାମର ଗନ୍ଧର୍ବ ପାତ୍ରଙ୍କ ପୁଅ ସନ୍ତୋଷ ପାତ୍ର ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ରଞ୍ଜନ ବଳବନ୍ତରାୟ ନାମକ ଜଣେ ଯୁବକ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି।ସନ୍ତୋଷଙ୍କ ମୁଣ୍ଡରେ ଗୁରୁତ୍ୱର ଆଘାତ ଲାଗିଥିଲା।ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହାକୁ ନେଇ ସ୍ଥାନୀୟ ଲୋକ ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି।ପୁଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି।