Odiapua.com

ରଘୁନାଥପୁର ବୈତରଣୀ ନଦୀବନ୍ଧରେ ବହୁ ଗର୍ତ୍ତ, ଆଶଙ୍କାରେ ଗ୍ରାମବାସୀ

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମକୁ ବନ୍ୟା ସୁରକ୍ଷାକାରୀ ବୈତରଣୀ ନଦୀବନ୍ଧରେ ଏକାଧିକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଛନ୍ତି । ଚଳିତ ବର୍ଷ ଏହି ନଦୀବନ୍ଧ ମରାମତି ହୋଇ ନାହିଁ । ଫଳରେ ଗତ ବର୍ଷରୁ ସୃଷ୍ଟି ହୋଇ ଚଳିତ ବର୍ଷାରେ ବିରାଟ ଆକାର ଧାରଣ କରିଥିବା ପ୍ରାୟ ୧୦ଟି ଗର୍ତ୍ତ ହୋଇଥିବା ସମ୍ପର୍କରେ ଗ୍ରାମବାସୀମାନେ ଜଳସମ୍ପଦ ବିଭାଗକୁ ଜଣାଇଥିଲେ । ମାତ୍ର ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିଲା । ନଦୀରେ ବନ୍ୟା ଆସୁନଥିବାରୁ ବିଭାଗ ଏହାର ମରାମତି ଜାଣି ଅଜଣା ହୋଇଥିଲା । ଏବେ ବଡଧରଣର ବନ୍ୟା ଆସିବା ପରେ ଗ୍ରାମବାସୀମାନେ ଆତଙ୍କିତ ହେବା ସହ ବିପଦ ଆଶଙ୍କାରେ ରହିଛନ୍ତି ବୋଲି ଗ୍ରାମର ୱାର୍ଡ ସଦସ୍ୟ ଭରତ ଚନ୍ଦ୍ର ନାଥ ପ୍ରକାଶ କରିଛନ୍ତି । ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ ବିଭାଗକୁ ତାଗିଦ କରାଯିବା ପରେ ବିଭାଗୀୟ କର୍ମଚାରୀମାନେ ଗର୍ତ୍ତଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବନ୍ୟା ଜଳ କମିଗଲେ ମରାମତି ହେବ ବୋଲି ବିଭାଗ ପ୍ରତିଶ୍ରୁତି ଦେଇଛି ବୋଲି ୱାର୍ଡ ସଦସ୍ୟ ଶ୍ରୀ ନାଥ ସୂଚନା ଦେଇଛନ୍ତି ।