Odiapua.com

ରଘୁନାଥପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ୧୧ଷ୍ଟାର ଯାଜପୁର ଓ ଭଦ୍ରକ ୟୁନିକ୍ ୧୧

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ଅଦୈତ ନାୟକ ମେମୋରିଆଲ ୧୬ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ ୟୁନିକ୍ ୧୧, ଭଦ୍ରକ ଓ ଭଦ୍ରକ ରେଲୱେ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ୧୧ ଷ୍ଟାର ଯାଜପୁର ଓ ଭୁବନେଶ୍ୱର ରାମେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧରେ ଭଦ୍ରକ ରେଲୱେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଏହି ଦଳ ନିର୍ଦ୍ଧାରିତ ୧୮ଓଭରରେ ୮ ଉଇକେଟ ହରାଇ ୧୫୬ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଆକାଶ ମହାପାତ୍ର ୪୬ ରନ, ପଜ୍ୟୋତିରଞ୍ଜନ ମହାରଣା ୩୩ ରନ ଓ ଶାନ୍ତ୍ୱନୁ ଦାସ ୨୫ ରନ ସ୍କୋର କରିଥିଲେ। ପ୍ରତିପକ୍ଷ ଦଳର ବୋଲର ନିଶିକାନ୍ତ କୁମାର ୪ ଉଇକେଟ ଓ ସତ୍ୟମ ଭରଦ୍ୱାଜ ୩ ଉଇକେଟ ହାସଲ କରିଥିଲେ। ଜବାବରେ ଭଦ୍ରକ ୟୁନିକ୍ ୧୧ ଦଳ ୧୬.୪ ଓଭରରେ ୪ ଉଇକେଟ ହରାଇ ୧୫୭ ରନ ସ୍କୋର କରି ଫାଇନାଲରେ ପ୍ରବେଶ କରିଥିଲା। ଦଳର ବ୍ୟାଟ୍ସମ୍ୟାନ ବିଶ୍ୱଭୂଷଣ ବିହାରୀ ୬୦ ରନ, କ୍ଷମାସାଗର ବଳ ୩୩ ରନ ଓ ସତ୍ୟକାମ ଭରଦ୍ୱାଜ ୨୬ ରନ ସ୍କୋର କରିଥିଲେ।

ବିପକ୍ଷ ଦଳର ବୋଲର ସାହିଲ ଖାନ ଓ ହରେକୃଷ୍ଣ ବାରିକ ପ୍ରତ୍ୟେକ ଗୋଟିଏ ଉଇକେଟ ଲେଖାଏଁ ଅକ୍ତିଆର କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ସତ୍ୟକାମ ଭାରଦ୍ୱାଜଙ୍କୁ ବଟକୃଷ୍ଣ ମାଝୀ ପୁରସ୍କୃତ କରିଥିଲେ। ଦ୍ୱିତୀୟାର୍ଦ୍ଧରେି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୧୧ ଷ୍ଟାର ଯାଜପୁର ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୧୦ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଚନ୍ଦନ ନାୟକ ୨୩ ରନ, ସୌମ୍ୟରଞ୍ଜନ ବିଶ୍ୱାଳ ୨୩ ରନ ଓ ଭରତ କୁମାର ସାହୁ ୧୯ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ପ୍ରତୀକ ସ୍ୱାଇଁ ୩ ଉଇକେଟ ଓ ନିରଞ୍ଜନ ଗୌଡ ୨ ଉଇକେଟ ହାସଲ କରିଥିଲେ। ଜବାବରେ ରାମେଶ୍ୱର ସ୍ପୋଟିଂ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୯୬ ରନ କରି ପରାଜିତ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ରମଣୀ ଜେନା ୩୦ ରନ ଓ ନିହାର ପଟ୍ଟନାୟକ ୨୭ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ରାଜ ପଟେଲ ୩ ଉଇକେଟ, ଭରତ ସାହୁ ଓ ଲେଲିନ ବଳ ପ୍ରତ୍ୟେକ ୨ ଉଇକେଟ ହାସଲ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ଲେଲିନ ବଳଙ୍କୁ ଅନ୍ତର୍ଯ୍ୟାମୀ ନାୟକ ପୁରସ୍କୃତ କରିଥିଲେ। ଅମ୍ପାୟାର ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଖେଳ ପରିଚାଳନା କରିଥିଲେ। ଜୟନ୍ତ ନାୟକ, ବିରଞ୍ôଚ ନାରାୟଣ ମାଝୀ ଓ ରଘୁନାଥ ମାଝୀ ସ୍କୋରର ଏବଂ ପ୍ରତ୍ୟୁଷ ଓ ପ୍ରଦୀପ୍ତ ନାୟକ ଧାରା ବିବରଣୀ ଦେଇଥିଲେ। ବୁଧବାର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।