Odiapua.com

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର

ଗଣିଆ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଗଣିଆ ଥାନା କଳାପାଟ ମନ୍ଦିରରେ ଏକ ନିର୍ମମ ହତ୍ୟା ହୋଇଛି। ଛାମୁଣ୍ଡିଆ ଗାଁର ଗୟା ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ସେ ମନ୍ଦିର ପିଣ୍ଡିରେ ଶୋଇଥିବା ସମୟରେ କେହି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁସାରେ, ଗୟାାଙ୍କର ୨ଟି ପୁଅ ଭିତରୁ କେବଳ ସାନ ପୁଅ ତାଙ୍କ ପାଖରେ ରହେ। ଗତକାଲି ଗୟା ଓ ତାଙ୍କ ସାନ ପୁଅ ସହିତ ଝଗଡା ହୋଇଥିଲା। ପରେ ସେ ରାଗି ଘରୁ ଚାଲିଯାଇଥିଲେ। ମାତ୍ର ଆଜି ମନ୍ଦିର ନିକଟରେ ଏହା ଦେଖିବାକୁ ମିଳିଛି। ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୟା ଙ୍କ ସାନ ପୁଅକୁ ପୋଲିସ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରୁଛି।