Odiapua.com

ରକ୍ତଭିଜା ବାଇକ ଓ ଚପଲ ସହ ଯୁବକର ମୃତ ଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ବଲାଙ୍ଗୀର, ୦୧-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବେଲଗାଁ ଫାଣ୍ଡି ଅଧୀନସ୍ଥ ଘୁନସର ଯୁକ୍ତ ତିନି କଲେଜ ନିକଟସ୍ଥ ଜଙ୍ଗଲରୁ ଏକ ରକ୍ତଭିଜା ବାଇକ ସହ ଚପଲ ଜବତ ହୋଇଛି। ତେବେ ବାଇକଟି ନୂଆପଡ଼ା ଗାଁର ଲେମ୍ବୁ ସାହୁର ବୋଲି ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଲେମ୍ବୁଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଲେମ୍ବୁ ଗତକାଲି ୧୨ଟାରେ ଫସଲ ବୀମା କରିବା ପାଇଁ ଘୁନସରକୁ ଆସିଥିଲେ। ହେଲେ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ତେବେ ସକାଳୁ ଖବରପାଇ ପରିବାର ଲୋକ ଜଙ୍ଗଲକୁ ଯିବାପରେ ରକ୍ତ ଭିଜା ବାଇକକୁ ଦେଖି ତାହା ଲେମ୍ବୁର ବୋଲି ଚିହ୍ନଟ କରିଥିଲେ। ତେବେ ସଇଁତଲା ଥାନାଧିକାରୀ ବାରୁଣୀ ଦାସ, ବଡ଼ମାଲ ଫାଣ୍ଡି ଅଧିକାରୀ କୁନୁ ସାହୁ ଓ ବେଲଗା ଫାଣ୍ଡି ଅଧିକାରୀ ଶ୍ରୀ ମଟାରିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।