Odiapua.com

ରକ୍ତଦାନ ଶିବିର ଆୟୋଜନ: ୩୧ ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼ ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ପରିଡ଼ା ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ରେ ମୋଟ ୩୧ ଜଣ ରକ୍ତଦାନ କରିଥିଲେ। ସ୍ବର୍ଗତଃ ସତ୍ୟନାରାୟଣ ପରିଡ଼ାଙ୍କ ସ୍ମୃତିରେ ଏହି ଶିବିର ଆୟୋଜନ ହୋଇଥିବା ବେଳେ ଟ୍ରଷ୍ଟ ସଭାପତି ଶିବ ପରିଡା, ଦେବେନ୍ଦ୍ର ପରିଡ଼ା ଓ ଅନ୍ୟ କାର୍ଯ୍ୟକର୍ତ୍ତା ଶିବିରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ। ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନ ଜୀବୀ କିଶୋର ଚନ୍ଦ୍ର ପଣ୍ଡା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ଦାସ ଯୋଗ ଦେଇ ରକ୍ତଦାନ ଜୀବନ ଦାନ ଓ ତାର ମହତ୍ତ୍ୱ ନେଇ ମତ ପ୍ରକାଶ କରିଥିଲେ। ଉକ୍ତ ଶିବିରରେ ପ୍ରକାଶ ଗୋୟଲ, ଯତୀନ ମହାନ୍ତି, ରାଜକିଶୋର ଅଗ୍ରୱାଲ, ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ।