Odiapua.com

ଯୋରାଗଡିଆ ବିଦ୍ୟାଳୟ ବାର୍ଷିକୋତ୍ସବ

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପାଟୁଳି ପଞ୍ଚାୟତ ଯୋରାଗଡିଆ ଉପ୍ରା ବିଦ୍ୟାଳୟ ବାର୍ଷିକୋତ୍ସବ ପ୍ରଧାନଶିକ୍ଷୟତ୍ରୀ ମମତାମୟୀ ଦାସଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ସୁରେନ୍ଦ୍ର କୁମାର ଶଙ୍ଖୁଆଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉତ୍ସବକୁ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ଉଦଘାଟନ କରିଥିଲେ । ଏଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ନାଟ୍ୟକାର ମନୋଜ କୁମାର ରାଉତରାୟ ମୁଖ୍ୟଅତିଥି, ଅଜିତ ଦାସ ମୁଖ୍ୟବକ୍ତା, ସାହିତ୍ୟିକ କାର୍ତ୍ତି ଚନ୍ଦ୍ର ସ୍ୱାଇଁ, ପଦ୍ମନାଭ ଦାସ, ଅଧ୍ୟାପକ ନିରାକାର ଦାସ, ସମିତି ସଭ୍ୟ ଗୁରୁପ୍ରସାଦ ଗିରି, ସରପଞ୍ଚ ପ୍ରତିନିଧି ନିଳାମ୍ବର ରାଉତ, ଅନନ୍ତ ପ୍ରସାଦ ବେହେରା, ଅଭିରାମ ବେଦାନ୍ତ, ରାଜକିଶୋର ଦତ୍ତ, ଶିକ୍ଷାସଂଯୋଜକ କ୍ଷୀରୋଦ କୁମାର ଯେନା, ଏସ.ଏମ.ସି ଅଧ୍ୟକ୍ଷ ବିଦ୍ୟାଧର ଖିଲାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକ ଗୋପିନାଥ ପଳତା ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶୈଖିକ ଓ ସହଶୈଖିକ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ବିମଳ ଦାସ ସ୍ୱାଗତ ଭାଷଣ, ଗିରିଧାରୀ ଦତ୍ତ ଉଦ୍ଦେଶ୍ୟଜ୍ଞାପନ ଓ ଏସ.ଏମ.ସି ଉପାଧ୍ୟକ୍ଷା ଦିପିକା ପଳତା ଧନ୍ୟବାଦ ଦେଇଥିଲେ । ନୃତ୍ୟଗୁରୁ ଶ୍ୟାମସୁନ୍ଦର ପାଲଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶରତ ଚନ୍ଦ୍ର କୁଣ୍ଡୁ ଯାଦୁ ପ୍ରଦର୍ଶନ କରିଥିଲେ ।