Odiapua.com

ଯୋଡା : ୨ ଯୁବତୀ ନିଖୋଜ ନେଇ ଥାନାରେ ଅଭିଯୋଗ

ଯୋଡା, ୧୧ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ଥାନା ଅନ୍ତର୍ଗତ ଏକ ମନୋହରୀ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ହୁଡିସାହିର ୧୭ ବର୍ଷର ଯୁବତୀ ଏବଂ ଅନ୍ୟ ଜଣେ ଆମବାଗାନ ଅଞ୍ଚଳର ୧୮ ବର୍ଷର ଯୁବତୀ ନିଖୋଜ ହୋଇଥିବା ନେଇ ସେମାନଙ୍କ ପରିବାର ପକ୍ଷରୁ ଯୋଡା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଉକ୍ତ ୨ ଯୁବତୀ ଯୋଡା ସହରର ଏକ ମନୋହରୀ ଦୋକାନରେ କାର୍ଯ୍ୟକରି ଆସୁଥିଲେ। ଗତ ମଙ୍ଗଳବାର ସକାଳ ୮ଟା ସମୟରେ ପ୍ରତିଦିନ ଭଳି ଘରୁ ଦୋକାନକୁ ସେମାନେ ବାହାରିଯାଇଥିବା ବେଳେ ସେମାନେ ଘରକୁ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ସେମାନଙ୍କ ନପାଇବାରୁ ଏ ନେଇ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କୁ କେହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ ପକ୍ଷରୁ ଏକ ଅପହରଣ ମାମଲା ଋଜୁ କରାଯାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।