ଯୋଡା, ୩୦। ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ମଙ୍ଗଳବାର ଅପରାହ୍ନରେ ଅବକାରୀ ସୁପରିଟେଣ୍ଡେଣ୍ଟ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ନିରୀକ୍ଷକ ସୀତାରାଣି ପଟ୍ଟନାୟକ ଓ ବଡବିଲ ଉପନିରିକ୍ଷକ ନିରାକାର ଦେହୁରୀ ଙ୍କ ମିଳିତ ଚଢାଉରେ ଯୋଡା ଅଞ୍ଚଳରୁ ୨ହଜାର କେଜି ମହୁଲ ପୋଚ, ୧୨୫ ଲିଟର ମହୁଲି ମଦ ଜବତ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଯୋଡା ହୁଡିସାହିର ଗୋବର୍ଦ୍ଧନ ପାତ୍ର, ଚୁଡାମଣି ଲୋହାର ଓ ଆଜାବ ବସ୍ତିର ବବଲୁ ନାଏକ। କରୋନା ପ୍ରତିକାର ନିମନ୍ତେ ସରକାର ମଦଦୋକାନ ସହୁ ବନ୍ଦ ରଖିଥିବାବେଳେ ଏହି ଦେଶୀ ମଦର ଚାହିଦା ଖଣି ଅଞ୍ଚଳରେ ଖୁବ୍ ପ୍ରଭାବ ବିସ୍ତାର କରିଛି। ଏମାନେ ଦେଶୀ ମଦ ରାନ୍ଧି ବିଭିନ୍ନ ସାଇ ବସ୍ତିକୁ ଯୋଗାଇ ଦେଇ ଆସୁଥିଲେ।