Odiapua.com

ଯୋଡା : ସେବା ଗ୍ରୁପ୍‌କୁ ଶବବାହକ ଭ୍ୟାନ ଯୋଗାଇଲା ଜେଏସ୍‌ଡବ୍ଲ୍ୟୁ

ଯୋଡା-୧୧/୧୧(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୋଷ୍ଠୀସେବାର ଏକ ଅଂଶବିଶେଷ ଭାବେ ଜେଏସ୍‌ଡବ୍ଲ୍ୟୁ ବଡ଼ବିଲର ଏକ କମ୍ୟୁନିଟି ସେଣ୍ଟର ସେବା ଗ୍ରୁପ୍‌କୁ ଗୁରୁବାର ଏକ ମର୍ଚୁରୀ ଭ୍ୟାନ ବା ଶବବାହକ ଗା଼ଡ଼ି ପ୍ରଦାନ କରିଥିବା ଜଣାପଡିଛି। ଏହି ଅବସରରେ ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉପସ୍ଥିତ ରହି କମ୍ପାନୀର ଏକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏପରି ସହାୟତା ପ୍ରଦାନ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହି ମର୍ଚୁରୀ ଭ୍ୟାନ୍ ସ୍ଥାନୀୟ ଲୋକଙ୍କ ପାଇଁ ବେଶ ସହାୟକ ହେବ। ଏଥିରେ ଏକ ଫ୍ରିଜର ବକ୍ସ ରହିଛି, ଯାହାଦ୍ୱାରା କିଛି ଦିନ ପର୍ଯ୍ୟନ୍ତ ଶବକ୍ଷୟ ହେବାରୁ ରୋକିହେବ। ଅନ୍ୟ ଅତିଥିଙ୍କ ମଧ୍ୟରେ ସାମାଜିକ କର୍ମୀ ପ୍ରଣବ କୁମାର ଦାସ, ଏମ୍‌ଏଟିଓଏ ଅଧ୍ୟକ୍ଷ ବିକାଶ ଷଡ଼ଙ୍ଗୀ, ସେବା ଗ୍ରୁପ୍‌ର ସଭାପତି ବିନୋଦ ଭୱଶିଙ୍କା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସମସ୍ତ ଅତିଥି କମ୍ପାନୀର ଏପରି କାର୍ଯ୍ୟକୁ ସମର୍ଥନ ଦେଇଥିଲେ।