Odiapua.com

ଯୋଡା : ସୁରକ୍ଷା କର୍ମିଙ୍କ ଆକ୍ରମଣରେ ବୃଦ୍ଧ ଲହୁଲୁହାଣ

ଯୋଡା, ୨୩ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ବାଂଶପାଣି କୋଇଲା ହାଟିଂର କାଳିଆ କାରୁଆ ନାମକ ଜଣେ ବୃଦ୍ଧକୁ କିଛି ସୁରକ୍ଷା କର୍ମି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏହି ଆକ୍ରମଣରେ କାଳିଆଙ୍କର ମୁଣ୍ଡ, କାନ୍ଧ, ହାତ, ପେଟ ଇତ୍ୟାଦି ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ତାଙ୍କୁ କେତେ ଜଣ ବ୍ୟକ୍ତି ଉଦ୍ଧାର କରି ଯୋଡା ଥାନାକୁ ଆଣିଥିବା ବେଳେ ଯୋଡା ଥାନାରେ ଏକ ଏତଲା ଦାୟର କରିଥିବା ଜଣାପଡିଛି। ଯୋଡା ପୁଲିସ ଏ ସଂକ୍ରାନ୍ତରେ ଅଦ୍ୟାବଧି କାହାରିକୁ ଗିରଫ କରିନଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, କାଲିଆ ସର୍ଗିତଳିଆରୁ ଝରଣ ଯାଇଥିବା ରାସ୍ତା ଜଙ୍ଗଲ ମଧ୍ୟରେ ଛତୁ ଗୋଟାଇବାକୁ ଯାଇଥିଲେ। ତେବେ ଗୋଟିଏ ଗାଡିରେ ୬ଜଣ ସୁରକ୍ଷା କର୍ମି ଆସି ତାଙ୍କୁ କୌଣସି ସନ୍ଦେହରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ତଳେ ପଡି ଚିତ୍କାର କରୁଥିବା ବେଳେ ସେମାନେ ତାକୁ ଛାଡି ସେଠାରୁ ଚାଲିଯାଇଥିଲେ। ତେବେ ଏହି ସୁରକ୍ଷା କର୍ମିମାନେ ମିଲିଟାରି ପୋଷାକ ପିନ୍ଧିଥିବା କାଳିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ଘଟଣାଟି ବାଂଶପାଣି ଅଞ୍ଚଳରେ ବେସ ଆଲୋଡନ ସୃଷ୍ଟି କରିଥିବା ବେଳେ କାଳିଆଙ୍କୁ କେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କର ପତ୍ତା ମିଳିନାହିଁ।