Odiapua.com

ଯୋଡା : ସାପ କାମୁଡାରେ ନବବିବାହିତା ମହିଳାଙ୍କ ମୃତ୍ୟୁ

ଯୋଡା, ୧୦ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ପୁଟୁଗାଁ ଗ୍ରାମରେ ସାପ କାମୁଡାରେ ଜଣେ ନବବିବାହୀତା ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ଶନିବାରୀ ମୁଣ୍ଡା (୨୫) ବୋଲି ଜଣାପଡିଛି। ମଙ୍ଗଳବାର ରାତିରେ ସେ ଘରେ ଶୋଇଥିବା ବେଳେ ଏକ ବିଷ ଧର ସାପ ତାଙ୍କୁ କାମୁଡିଦେଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବୁଧୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।