Odiapua.com

ଯୋଡା – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କୁନ୍ଦୁରୁନାଲା ପକ୍ଷରୁ ଆନ୍ତଃଜାତୀୟ ମାତୃ ଭାଷା ଦିବସ ପାଳନ

ଯୋଡା – ୨୦/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କୁନ୍ଦୁରୁନାଲା, ଯୋଡା ଠାରେ ଆନ୍ତଃଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଭାଷା ଏବଂ ଜାତୀର ପରିଚୟ ଯେଉଁ ଜାତୀର ଭାଷା ଯେତିକି ସୁଦୃଢ ସେ ଜାତି ସେତିକି ଉନ୍ନତ ବୋଲି ବିବେଚନା କରାଯାଏ । ଭାଷାର ମୃତ୍ୟୁରେ ଜାତୀର ମୃତ୍ୟୁ ଘଟିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜର ମାତୃ ଭାଷାକୁ ସୁରକ୍ଷିତ କରିବା ଆବଶ୍ୟକ ବୋଲି ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ତିତ୍ତରଞ୍ଜନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଧରଣୀଧର ଛକ ନିକଟରୁ ଏକ ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରାଟି ଧରଣୀଧର ଛକ ଠାରୁ ବାହାରି ଯୋଡା ପରିକ୍ରମା କରିବା ସହିତ ଛାତ୍ର ଛାତ୍ରୀମାନେ ଭାଷାର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଗୁରୁମା ରାଜେଶ୍ୱରୀ ପ୍ରଧାନ, ସଞ୍ଜୁକ୍ତା ମହାନ୍ତି, ମମତା ନାଏକ, ଗୁରୁଜୀ ଦିନବନ୍ଧୁ ମହାନ୍ତ, ବସନ୍ତ ଷଡଙ୍ଗୀ, ବସନ୍ତ ମହାନ୍ତ, କ୍ଷୀରୋଦ ଚନ୍ଦ୍ର ମହାନ୍ତ, ବୈରାଗୀ ମହାନ୍ତ, ଜିତେନ୍ଦ୍ର ଲେଙ୍କା, ଅଞ୍ଜନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।