ଯୋଡା, ୦୪/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଆଉ ୩ ଜଣ କରୋନା ସଂକ୍ରମିତ ଚହ୍ନଟ କରାଯାଇଛି । ଫଳରେ ଯୋଡା ସହରରେ ଏବେ ଆତଙ୍କ ଖେଳିଯାଇଛି । ଗତ ଶୁକ୍ରବାର ୨୯.୦୭.୨୦୨୦ରିଖ ଏହି ବ୍ୟାଙ୍କର ୩ଜଣ କର୍ମଚାରୀ ଗୋଟିଏ କୋଠରୀ ଭିତରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗଜପତିରୁ ଆସିଥିବା କର୍ମଚାରୀଙ୍କର କେତେକ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା । ଫଳରେ ପୌରପାଳିକା ପକ୍ଷରୁ ୩ଜଣଙ୍କୁ ସଂଘରୋଦ୍ଧ କେନ୍ଦ୍ରରେ ରଖାଯାଇ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ସଂକ୍ରମିତ ଥିବାର ଜଣାପଡିଥିଲା । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ସଂଘରୋଦ୍ଧ କେନ୍ଦ୍ରକୁ ପଠାଯିବା ସହିତ ସେମାନଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ମଙ୍ଗଳବାର ଦିନ ରିପୋର୍ଟରେ ସେମାନଙ୍କ ମଧ୍ୟରୁ ୩ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କର ସ୍ୱାବ ଟେଷ୍ଟର ରିପୋର୍ଟ ଆସିନଥିବା ବେଳେ ଆହୁରି ଅନେକ କର୍ମଚାରୀ ସଂକ୍ରମିତ ଥିବା ସନ୍ଦେହ କରାଯାଉଛି । ପ୍ରଥମ ୨ଜଣ କର୍ମଚାରୀ ସଂକ୍ରମିତ ଜଣାପଡିବା ପରେ ଗତ ବୁଧବାର ସନ୍ଧ୍ୟାରେ ଏହି ବ୍ୟାଙ୍କଟିକୁ ସଂକ୍ରମିତ ଅଞ୍ଚଳ ଭାବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇ ବ୍ୟାଙ୍କଟିକୁ ୪ ତାରିଖ ରାତ୍ରୀ ୮ଘଟିକା ପର୍ଯ୍ୟନ୍ତ ସିଲ୍ କରାଯାଇଛି । ତେବେ ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଅବଧି ବଢିବାର ସମ୍ଭାବନା ରହିଛି ।