Odiapua.com

ଯୋଡା ଲକ୍ଷ୍ମୀପୂଜା ମେଳାରେ ପଶ୍ଚୀମବଙ୍ଗ ଦିବ୍ୟାଙ୍ଗ ଭିକାରୀ

ଯୋଡା, ୧୭/୧୦ (ଓଡିଆ ପୁୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ସହରରେ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ବର୍ଷ ଧରି କୁମାର ପୂର୍ଣ୍ଣାମା ଠାରୁ ଦଶ ଦିନ ବ୍ୟାପି ମା ଗଜ ଲକ୍ଷ୍ମୀଙ୍କ ପୂଜାଅର୍ଚ୍ଚନା କରାଯାଇଆସୁଅଛି । ଏ ନେଇ ଏକ ମେଳାର ଆୟୋଜନ କରାଯାଉଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୀନା ବଜାର, ଦୋଳି, ସର୍କଶ, ବିଭିନ୍ନ ସ୍ଥାନରୁ ଶୁସ୍ୱାଦୁ ଖାଦ୍ୟ, ଘରକରଣ ଆସବାବ ପତ୍ର, ଲୁଗା ପଟା, କଂସା ପିତଳ ବାସନ କୁସନ, ଲୁହା ସାମଗ୍ରୀ ମିଳିଥାଏ । ଏହି ମେଳାରେ ଓଡିଶାର ପ୍ରତିଷ୍ଠୀତ ଯାତ୍ରୀ ପାଟି ସେମାନଙ୍କ ଯାତ୍ରୀ ପ୍ରଦର୍ଶନ କରିଥାନ୍ତି । ତେଣୁ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦେଖଣାହାରି ଏହି ମେଳାର ମଜା ଉଠାଇବା ପାଇଁ ଭିଜ କରିଥାନ୍ତି । ଖୁବ୍ ଆନନ୍ଦ ଉଲ୍ଲାସର ସହିତ ଏଠାରେ ଏହି ମେଳା ପାଳନ କରାଯାଉଥିବା ବେଳେ ଗାଁ ଗହଳିର ଲୋକେ ଏହି ଉପଭୋଗ କରିବା ପାଇଁ ବର୍ଷ ଶାରା ଅପେକ୍ଷା କରି ରହିଥାନ୍ତି ।
ତେବେ ଏହି ମେଳାରେ ଅଭାବନୀୟ ଘଟଣା ଚଳିତ ବର୍ଷ ଦେଖିବାକୁ ମିଳିଛି ଯାହା ଜନସାଧାରଣଙ୍କୁ ଆନେ୍ଦାଳିତ କରିଛି । ୨ ଗୋଡ ନଥିବା ଜଣେ ଦିବ୍ୟାଙ୍ଗ ମେଳାର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ତଳେ ପଡି ରହି ଛାତି ଉପରେ ଏକ ଥାଳି ରଖି ତା ଉପରେ ଏକ ଡିବି ଜଳାଇ ଭିକ୍ଷା ବତ୍ତି କରୁଥିବାର ଦେଖିବାକୁ ମିଳିଛି । ଲୋକଟିଏ ଏହି ବିଭିତ୍ସ ରୂପ ଏବଂ କରୁଣ ଚାହାଣି ଅନେକଙ୍କ ମନକୁ ଖୁବ୍ ଆନେ୍ଦାଳିତ କରୁଛି । ଅନେକ ଦୟାପରବଶ ହୋଇ ୧୦ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ଥାଳିରେ ଦାନ ଦେଇ ଦିବ୍ୟାଙ୍ଗଟିର ଅସହାୟ ପାଇଁ ଦୁଃଖ ପ୍ରକଟ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଅପରପକ୍ଷରେ ଏହାର ସୁଯୋଗରେ ଦିବ୍ୟାଙ୍ଗ ଜଣଙ୍କ ଚତୁରତାର ସହିତ ଦୈନିକ ହଜାର ରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଥିବା ନଜିର ରହିଛି । ସମଗ୍ର ରାଜ୍ୟରେ ଭିକ୍ଷା ବୃତ୍ତିକୁ ନିଶିଦ୍ଧ କରାଯାଇଥିବା ବେଳେ ଏହି ପ୍ରକ୍ରିୟା ଅନ୍ୟ ଅସହାୟ ମାନଙ୍କୁ ଭିକ୍ଷା ବୃତ୍ତି ପାଇଁ ପ୍ରଚୋଦିତ କରୁଥିବା ଜଣାଯାଏ । ଏ ସଂକ୍ରାନ୍ତରେ ସମ୍ପୃକ୍ତ ବ୍ୟକ୍ତିକୁ ପଚାରିବାରୁ ଜଣାପଡିଛି ଯେ, ଦିବ୍ୟାଙ୍ଗ ଜଣଙ୍କ ସୁଦୁର ପଶ୍ଚିମବଙ୍ଗର ବର୍ଦ୍ଧମାନ ର ଅଧିବାସୀ । ସେଠାରୁ ଟ୍ରେନ ଯୋଗେ ଆସି ସେ ଏଠାରେ ଭିକ୍ଷା ବୃତ୍ତି କରୁଥିବା ଜଣାପଡିଛି । ତାର ନାମ ଚନ୍ଦନ ମିତ୍ର ବୋଲି ସେ କହିଛନ୍ତି । ତେବେ ବ୍ୟକ୍ତି ଜଣଙ୍କ ଏକା କି ସମସ୍ତଙ୍କ ଆଢୁଆଳରେ ରହି ଅନ୍ୟ କେହି ତାଙ୍କୁ ପରିଚାଳନା କରୁଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ, ରାଜ୍ୟ ସରକାର ଭିକ୍ଷା ବୃତ୍ତିକୁ ନିଶିଦ୍ଧ କରିବା ପାଇଁ ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥାନ୍ତି । ଏହା ସହିତ ଅନ୍ତଦ୍ୱୟ ଓ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ଯୋଗାଇଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ସାଙ୍ଗକୁ ବିଭିନ୍ନ ସ୍ଥାନ ମାନଙ୍କରେ ଆହାର କେନ୍ଦ୍ରମାନ ଖୋଲି ୫ ଟଙ୍କା ଆହାର ଯୋଗାଇଦେଇଆସୁଛନ୍ତି । ତେଣୁ ଏ ଅଞ୍ଚଳରେ କାଁ ଭାଁ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଥାଏ । ସାମ୍ପ୍ରତିକ ଓଡିଶାର ଏଭଳି ପୃଷ୍ଠ ଭୁମିରେ ଚନ୍ଦନ ମିତ୍ରଙ୍କର ଏଭଳି ଅସ୍ୱାଭାବିକ ଓ ନାଟକୀୟ ଭିକ୍ଷା ବୃତ୍ତି ଓଡିଶା ସରକାରଙ୍କ ନିଷ୍ପତିକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ମିତ୍ରଙ୍କର ଏଭଳି ସହଜ ଅର୍ଥ ଉପାର୍ଜନ ଅନ୍ୟ ଅସହାୟ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଯୋଗାଇବ ତେଣୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି ।