Odiapua.com

ଯୋଡା ରୋଟାରୀ କ୍ଲବ ପକ୍ଷରୁ ଅଭାବୀ ଲୋକଙ୍କୁ ସହାୟତା ପ୍ରଦାନ

ଯୋଡା, ୦୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) – ମହାମାରୀ କରୋନା ଖଣି ଅଞ୍ଚଳରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ବାରମ୍ବାର ସଡ୍ ଡାଉନ ଓ ଲକ୍ ଡାଉନ ଫଳରେ କାମ ଧନ୍ଦା କରି ପେଟ ପୋଶୁଥିବା ଗରିବ ଲୋକଟିଏ ତାର ଜୀବିକା ହରାଇ ବସିଛି । ସରକାରଙ୍କ ପକ୍ଷରୁ ସେମାନଙ୍କୁ ଚାଉଳ, ଡାଲି ଯୋଗାଇଦିଆଯାଇଥିବା ବେଳେ କେତେକଙ୍କ ପାଇଁ ଏହା ସମୁଦ୍ରକୁ ସଙ୍ଖେ ସଦୃଶ୍ୟ ଅନ୍ୟ କେତେକ ବାହାରୁ ଆସି ଏଠାରେ କାମଧନ୍ଦା କରି ପେଟ ପୋଶୁଥିବା ବେଳେ ସେମାନଙ୍କର ରାସନ କାର୍ଡ ନଥିବାରୁ ସେମାନେ ଏହି ସରକାରୀ ସୁବିଧା ପାଇପାରୁନାହାନ୍ତି । ଫଳରେ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହୋଇପଡିଛନ୍ତି । ଏପରିସ୍ଥଳରେ ଯୋଡା ରୋଟାରୀ କ୍ଲବର କର୍ମକର୍ତ୍ତାମାନେ ବିଭିନ୍ନ ସାହି ବସ୍ତିରୁ ଏହି ଅଭାବୀ ଲୋକମାନଙ୍କୁ ଚିହ୍ନଟ କରି ପ୍ରତି ପରିବାର ପିଛା ଗୋଟିଏ ପ୍ୟାକେଟ ଚାଉଳ (୨୫ କେ.ଜି), ୨ କେଜି ଆଳୁ, ୨କେଜି ପିଆଜ, ୨କେଜି ଡାଲି, ଲୁଣ ଏକ ପ୍ୟାକେଟ, ୧ ଲିଟର ତେଲ ଯୋଗାଇଦେଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ଗରିବ ଲୋକମାନଙ୍କ ମୁହଁରେ ହସ ଫୁଟିଉଠିଛି । ଏହି ବିତରଣରେ ସାମାଜିର ଦୂରତ୍ୱ ରକ୍ଷା କରି ହୋଟେଲ ଲାଓ ପ୍ୟାଲେସ ସମ୍ମୁଖରେ ଏହା ବିତରଣ କରାଯାଇଥିଲା । ପରେ ଯୋଡା ସହରର ବିଭିନ୍ନ କାର୍ଯ୍ୟାଳୟ ଏବଂ ମନ୍ଦିର ଗୁଡିକରେ ହ୍ୟାଣ୍ଡସ ଫ୍ରି ସାନିଟାଇଜର ଏବଂ ବିଭିନ୍ନ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଥିବା ଜଣାପଡିଛି । ଏଥିରେ ରୋଟାରୀଆନ ବିକାଶ ରଞ୍ଜନ ମହାନ୍ତି, ରୋଟାରୀଆନ ଜିତେନ୍ଦ୍ର ବୈଦ୍ୟ, ରୋଟାରୀଆନ ରାକେଶ ସିଙ୍ଗାନିଆ, ରୋଟାରୀଆନ ସିଦ୍ଧାର୍ଥ ସାରଥି କର, ରୋଟାରୀଆନ ପ୍ରକାଶ କୁମାର ମହାନ୍ତି, ରୋଟାରୀଆନ ରାଜେଶ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।