Odiapua.com

ଯୋଡା – ରାସ୍ତା ସମ୍ପ୍ରସାରଣ ପାଇଁ ଜନଶୁଣାଣୀ

ଯୋଡା – ୨୯/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ପୂର୍ବାହ୍ନରେ ଯୋଡା ପୌରପାଳିକା ଅନ୍ତର୍ଗତ ଖୁଣ୍ଟପାଣି ଠାରେ ରାସ୍ତା ସମ୍ପ୍ରସାରଣ, ଉନ୍ନତି କରଣ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ଅକଳନ ଅଧ୍ୟୟନର ଏକ ଜନଶୁଣାଣୀ ବାଂଶପାଣୀ ଏବଂ ଖୁଣ୍ଟପାଣିର ବାସିନ୍ଦାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ରଣାଶାଳ ଠାରୁ ପଳାସପଙ୍ଗା ବିଜୁ ପଟ୍ଟନାୟକ ଏକ୍ସପ୍ରେସ ହାଇୱେ-୨ ର ୪.୮ କି.ମି. ଠାରୁ ୧୭.୮ କି.ମି. ପର୍ଯ୍ୟନ୍ତ ପ୍ରାୟ ୧୩ କି.ମି. ରାସ୍ତା ର ଉନ୍ନତି କରଣ ଏବଂ ୪ ଲାଇନ ବିଶିଷ୍ଟ ସମ୍ପ୍ରସାରଣ ହେବାକୁ ପ୍ରସ୍ତାବ ରହିଥିବା ବେଳେ ଏଥିରେ ପ୍ରାୟ ୨୦ ଏକର ଜମି ଆବଶ୍ୟକ ରହିଛି । ସେଥି ମଧ୍ୟରୁ ଜଙ୍ଗଲ କିସମ ଓ ସରକାରୀ ଜମିକୁ ବାଦ ଦେଲେ ୩ ଏକର ବେଶରକାରି ଜମି ଅଧିଗ୍ରହଣ କରିବାର ପ୍ରସ୍ତାବ ରଖାଯାଇଥିଲା । ଏହାକୁ ଗ୍ରାମବାସୀମାନେ ସମର୍ଥନ ଜଣାଇଥିଲେ । ଏଥିରେ ଜମି ହରା ମାନଙ୍କ ମଧ୍ୟରେ ଶିରିଶ ଚନ୍ଦ୍ର ମହାନ୍ତି, ଚନ୍ଦ୍ର ବାରିକ, ବେଣୁଧର ବାରିକ୍‌, ଚତୁର୍ଭୁଜ ପଲେଇ, ଚର୍ଚିଲ ମହାକୁଡ ପ୍ରମୁଖ ଏହି ଶୁଣାଣୀରେ ନିଜର ମତବ୍ୟକ୍ତ କରିଥିଲେ । ଏହି ଜନଶୁଣାଣୀଟିରେ କେନ୍ଦୁଝର ଜିଲ୍ଲାର ଭୁଅର୍ଜନ ଅଧିକାରିଣୀ ଜ୍ୟୋସ୍ନା ନାଏକ, ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ସନ୍ତୋଷ କୁମାର ନାଏକ, ଏନ୍‌.ଏଚ୍‌.ଆଇ.ର କନିଷ୍ଠ ଯନ୍ତ୍ରୀ ରାଜୁ କାକ୍ ଏବଂ ନୀରିକ୍ଷକ ନିର୍ଦ୍ଦେଶକ ମନୋରଞ୍ଜନ କର, ବଡବିଲ ତହସିଲଦାର କ୍ଷୀରୋଦ ବେହେରା ଏବଂ ଯୋଡା ପୌରପାଳିକା ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।