Odiapua.com

ଯୋଡା : ରଙ୍ଗ ତୁଳିରେ ସ୍ୱାଧିନତା ପର୍ବର ଅମୃତ ମହୋତ୍ସବ

ଯୋଡା, ୫ା୮ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ଦିନ ଯୋଡା ବ୍ଲକ ଅନ୍ତର୍ଗତ ଜିଲିଙ୍ଗର ଡିଏଭି ଓଏମ୍‌ସି ପବ୍ଲିକ ସ୍କୁଲରେ ଏକ ଅଭିନବ ଶୈଳିରେ ଆଜାଦି କି ଅମୃତ ମହୋତ୍ସବ ପର୍ବର ଅୟମାରମ୍ଭ ହୋଇଛି। ବିଦ୍ୟାଳୟରେ ଏଲ୍‌କେଜି ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଛାତ୍ର, ଛାତ୍ରୀ ଓଏମ୍‌ସି ଟାଉନସିପ ପରିସରରେ ମୁକ୍ତାକାଶ ତଳେ ବସି ରଙ୍ଗ ତୁଳିରେ ନିଜର ସୁଜନଶୀଳତା ଓ ଦେଶାତ୍ମବୋଧ ଭାବନାକୁ ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ନବନିଯୁକ୍ତ ଅଧ୍ୟକ୍ଷ ସୌମେନ୍ଦ୍ର ନାୟକଙ୍କ ଅନୁପ୍ରେରଣା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ବେସ ସରସ ସୁନ୍ଦର ଓ ଚିତାକର୍ଷକ ହୋଇଥିଲା। ଓଏମ୍‌ସି ଜିଲିଙ୍ଗର ଖଣି ପରିଚାଳକ ଚିନ୍ମୟ କୁମାର ପରିଡ଼ା ଓ ଅନ୍ୟ ବରିଷ୍ଠ ପଦାଧିକାରୀ ତଥା ବିଦ୍ୟାଳୟର ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।