Odiapua.com

ଯୋଡା : ଯୋଡା ବ୍ଲକ ଓ ପୌରପାଳିକା ପକ୍ଷରୁ ଭୀମ ଭୋଈ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଯୋଡା, ୨୨ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଓ ପୌରପାଳିକା ପକ୍ଷରୁ ଯୋଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମ ଭୋଈ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟିକୁ ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଯୋୀଡା ବ୍ଲକର ୧୯ଟି ପଞ୍ଚାୟତର ସରପଞ୍ଚ, ଯୋଡା ପୌରପାଳିକାର ୧୪ଟି ୱାର୍ଡର ସାଉନସିଲରମାନେ ଯୋଗଦେଇଥିଲେ। ଶିବିରଟିରେ ପଞ୍ଚାୟତ ଏବଂ ପୌରାଞ୍ଚଳର ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଡା ବ୍ଲକର ୩୭୧ଜଣ ଏବଂ ପୌରପାଳିକାର ୪୧ଜଣ ଏହିପରି ମୋଟ ୪୧୨ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା। ଯେଉଁ ଭିନ୍ନକ୍ଷମମାନେ ଅନଲାଇନ ମାଧ୍ୟମରେ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କ ପାଇଁ କୁତ୍ରୀମ ଅଙ୍ଗ ଯୋଗାଇଦିଆଯିବା ସହ ହ୍ୱିଲ ଚେୟାର ମଧ୍ୟ ଯୋଗାଇଦିଆଯାଇଥିଲା। କାର୍ଯ୍ୟକ୍ରମଟିରେ ଯୋଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ, ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ, ବ୍ଲକ ଉପାଧ୍ୟକ୍ଷା ମାଳତି ଖଟୁଆ, ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀକାନ୍ତ ସିଂ ପ୍ରମୁଖ ଯୋଗଦେଇଥିଲେ।