Odiapua.com

ଯୋଡା : ମୁଖ୍ୟ ସଚିବଙ୍କ ଯୋଡା ଗସ୍ତ

ାା ଯୋଡା, ୧୯/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଓଡିଶା ସରକାରଙ୍କ ମୁଖ୍ୟ ସଚିବ ଶତୀଶ କୁମାର ତ୍ରିପାଠୀ ଗୁରୁବାର ଦିନ ଯୋଡା ଗସ୍ତ କରି ଜିଲ୍ଲା ଖଣିଜ ପାଣ୍ଠୀରୁ ଯୋଡା ପୌରାଞ୍ଚଳରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । ବୁଧୁବାର ଦିନ ପୂର୍ବାହ୍ନରେ ଯୋଡା ଠାରେ ପହଞ୍ଚି ଏକ ଘରୋଇ ଅତିଥି ଭବନରେ ଜିଲ୍ଲାପାଳଙ୍କ ସହ ରାତ୍ରୀ ଯାପନ ସକାଳ ୯.୩୦ମି. ସମୟରେ ପ୍ରଥମେ ଯୋଡା ପୌରାଞ୍ଚଳରେ ଅବସ୍ଥିତ ନବନିର୍ମିତ ଲାଇବ୍ରେରୀ ଏବଂ ଖଣିଜ ପାଣ୍ଠିରୁ ନିର୍ମି ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲି ଦେଖିବା ସହିତ ଏହାର ପରିଚାଳନା ସମ୍ବନ୍ଧରେ ଅବଗତ ହୋଇଥିଲେ । ସଚିବଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ଆଶିଶ କୁମାର ଠାକରେ, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟି, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ପି.ଡବ୍ଲୁ.ଡି. ମୁଖ୍ୟ ଯନ୍ତ୍ରୀ ପ୍ରତାପ ରଥ, ବିଦୁ୍ୟତ୍ ବିଭାଗ ମୁଖ୍ୟ ଯନ୍ତ୍ରୀ ଏମ୍.ଆର. ଜେନା, ବଡବିଲ ଏସ୍.ଡି.ପି.ଓ. ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ, ପୌରପାଳିକା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଜିଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ ବାରିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ଯୋଡା ପରିଦର୍ଶନ ପରେ ସେମାନେ ବଡବିଲ ପୌରପାଳିକା ଯାଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ, ଯୋଡା – ବଡବିଲ ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଦୂଷଣ, ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ଚରମସୀମାରେ ପହଞ୍ଚିଥିବା ବେଳେ ଉଚ୍ଚ ଅଧିକାରୀମାନଙ୍କର ଘନ ଘନ ଯୋଡା ଗସ୍ତ ଅତିଷ୍ଟ ଜନସାଧାରଣଙ୍କୁ କେବଳ ବିଦୃପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗତ ମଙ୍ଗଳବାର ଦିନ ବିଧାନସଭା ଷ୍ଟାଣ୍ଡିଂ କମିଟିର ଯୋଡା ଖଣି ଅଞ୍ଚଳ ଗସ୍ତ ପରେ ପରେ ମୁଖ୍ୟ ସଚିବଙ୍କ ଏହି ଗସ୍ତ ଜନସାଧାରଣଙ୍କ ମଧ୍ୟରେ ଭୁକୁଞ୍ଚନ ସୃଷ୍ଟି କରିଛି । ଏହି ବଡ ବଡିଆଙ୍କ ଯୋଡା – ବଡବିଲ ଗସ୍ତ ସୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଚୁ ରାସ୍ତା ଉପରେ ଥିବା ବଡ ବଡ ଗର୍ତ୍ତମାନଙ୍କରେ ସିମେଣ୍ଟ ଢଳେଇ, ଅଧା ପନ୍ତରିଆ ରାସ୍ତା ଉପରେ ପ୍ରଦୂଷଣକୁ ଲୁଚାଇବାକୁ ଗ୍ରେଡର ମାରି ଜଳ ସିଞ୍ଚନ କରାଯିବା ସହିତ ଖଣି ଗୁଡିକରୁ ପରିବହନ ବନ୍ଦ କରାଦିଆଯାଇଥାଏ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କରେ ବେଶ ତତ୍ପରତା ଦେଖିବାକୁ ମିଳିଥାଏ । ଯେତେବେଳେକି ରାସ୍ତା ଘାଟର ଦୁରବସ୍ତା ସାଙ୍ଗକୁ ବ୍ୟାପକ ପରିବହନ ଯୋଗୁଁ ଦୁର୍ଘଟଣା ଏ ଅଞ୍ଚଳରେ ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ପ୍ରଦୂଷଣ ଯନ୍ତାରେ ଲୋକେ ଅଣନିଶ୍ୱାସୀ ହୋଇପଡିଥାନ୍ତି । ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ବ୍ୟାପକ ଅନ୍ୟମୀତତା ପରିଲକ୍ଷିତ ହୋଇଥାଏ ।