Odiapua.com

ଯୋଡା – ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ

ଯୋଡା, ୧୬ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) – କରୋନା ଭୁତାଣୁ ସଂକ୍ରମଣର ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖି ସରକାର ଏହି  ଲକ୍ ଡାଇନର ଅବଧି ମଇ ମାସ ୩ ତାରିଖ ପର୍ଯନ୍ତ ବଢାଯାଇଥିବାର ଘୋଷଣା କରିବା ପରେ ବୁଧବାର ଯୋଡା ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଜନଧନ ଜମା ଖାତାରେ ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ସେହି ଟଙ୍କା ଓ ବିଭିନ୍ନ ଗ୍ରାହକଙ୍କ ଜମା ଖାତାରେ ଥିବା ସଞ୍ଚୟ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ପରିସରରୁ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗି ଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ଏହି ଗ୍ରାହକମାନେ ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରିଥିଲେ। ବିଶେଷ କରି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଜନଗହଳି ବଢିବାରୁୁ ପୋଲିସ ପହଞ୍ଚି ଲୋକମାନଙ୍କୁ ସଚେତନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।