Odiapua.com

ଯୋଡା : ବିଜେପି ଦଳକୁ ଶ୍ରୀମନ୍ତଙ୍କ ପ୍ରତ୍ୟାବର୍ତ୍ତନ

ଯୋଡା, ୧୯ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଶ୍ରୀମନ୍ତ ତ୍ରିପାଠୀ ଆଉଥରେ ବିଜେପି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ଓବିସି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟ ସଂଯୋଜକ ଚନ୍ଦ୍ର ଗୁପ୍ତପ୍ରସାଦଙ୍କ ଉପସ୍ଥିତିରେ ଶ୍ରୀମନ୍ତ ତ୍ରିପାଠୀଙ୍କୁ ଦଳରେ ସାମିଲ କରାଯିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ୨୬ ନଂ ଜୋନ ଭଦ୍ରାସାହି ମଣ୍ଡଳ ନିମନ୍ତେ ବିଜେପିର କାର୍ଯ୍ୟାଳୟ ଉଦଘାଟନ ହେବା ସହିତ ବିଭିନ୍ନ ପ୍ରାନ୍ତରୁ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବାର ଦେଖାଯାଇଥିଲା। ନିକଟରେ ଦଳ ସମସ୍ତ ନିଲମ୍ବିତ କାର୍ଯ୍ୟାକର୍ତ୍ତାମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ବେଳେ ଶ୍ରୀମନ୍ତଙ୍କ ଉପରୁ ମଧ୍ୟ ଏହା ପ୍ରତ୍ୟାହାର କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହି ନିଲମ୍ବନ ପ୍ରତ୍ୟାହାର କରିବା ପରେ କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ, ସଦର ବିଧାୟକ ମୋହନ ମାଝୀ, ନମୋମୀ ଗଙ୍ଗେ ଜିଲ୍ଲା ପର୍ଯ୍ୟବେକ୍ଷକ ରଣଜୀତ ମହାକୁଡଙ୍କ ସମେତ ସମସ୍ତ ବରିଷ୍ଠ କର୍ମକର୍ତ୍ତା ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଶ୍ରୀମନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ଆଦେଶ ଦେବ ସେ ତାହାକୁ ସୁଚାରୁ ରୂପେ ନିର୍ବାହ କରିବୋ ବୋଲି କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀମନ୍ତ ତ୍ରିପାଠୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜେପିର ଆଶାୟୀ ପ୍ରାର୍ôଥ ଥିବା ବେଳେ ତାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆନଯାଇ ମୁରଲି ଶର୍ମାଙ୍କୁ ଟିକେଟ ଦିଆଯାଇଥିଲା। ଫଳରେ ସେ ସ୍ୱାଧିନ ପ୍ରାର୍ôଥ ଭାବେ ନିର୍ବାଚନ ଲଢି ପରାଜୟ ବରଣ ବରଣ କରିଥିଲେ। ଫଳରେ ଦଳ ତାଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଥିଲା।