Odiapua.com

ଯୋଡା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ଯୋଡା, ୦୩/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ପୂର୍ବାହ୍ନରେ ଯୋଡା ପୌରାଞ୍ଚଳରେ ବିଜେଡି ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଥିବା ଦେଖିବାକୁ ମିଳିଥିଲା । ପଦଯାତ୍ରାଟି ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ନିକଟରୁ ବାହାରି ଯୋଡା ବସ୍ ଷ୍ଟାଣ୍ଡ ଦେଇ ସହିଦ ନଗରସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ସମାପନ କରାଯାଇଥିବା ଜଣାପଡିଛି । ଏହି ପଦଯାତ୍ରାର ମୁଖ୍ୟ ଉଦେ୍ଦଶ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ନୂତନ ସଭ୍ୟ ସଗ୍ରହ ଏବଂ ଲୋକ ସମ୍ପର୍କ ସ୍ଥାପନ ବୋଲି ଏଥିରେ ଉପସ୍ଥିତ ହୋଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି କାର୍ଯ୍ୟକାରୀ ସଭାପତି ରୀନା ବାରିକ୍, ଯୁବ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାରିକ୍, ଯୁବ ସହସମ୍ପାଦକ ସୁନିଲ କୁମାର ସାମଲ, ପୂର୍ବତନ ଯୋଡା ପୌରନଗରପାଳ ରବିନ୍ଦ୍ର କୁମାର ଦାସ, ନୀଳମଣୀ ମହାନ୍ତି, ବାବୁଲାଲ ସାହୁ, ନିରଞ୍ଜନ ବହିଦାର, ଚତୁର୍ଭୁଜ ପଲେଇ, ଲୁଲୁ ମହାପାତ୍ର ପ୍ରମୁଖ ଏହି ପଦଯାତ୍ରାରେ ଯୋଗଦେଇଥିବା ବେଳେ ପୌରାଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମି ଯୋଗଦେଇଥିଲେ । ଏହି କର୍ମିମାନଙ୍କୁ ବିଧାୟିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଞ୍ଚୋଟି ଟି ଟ୍ରାନ୍ସଫରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍ ଏବଂ ଟ୍ରାନ୍ସଫରମେସନ ସମ୍ବନ୍ଧରେ ଅବଗତ କରାଇଥିଲେ । ଯୋଡା ପୌରାଞ୍ଚଳରେ ଦିନକୁ ଦିନ ବିଜେଡିର ପତିଆରା ଆଶାତିତ ଭାବେ କମିବାରେ ଲାଗିଥିବା ବେଳେ ଆଗକୁ ପୌରନିର୍ବାଚନ ଥିବାରୁ ଏହି ପଦଯାତ୍ରା ବେଶ ଗୁରୁତ୍ୱ ବହନ କରୁଥିବା ରାଜନୈତକ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।