Odiapua.com

ଯୋଡା : ବରିଷ୍ଠ ସାମ୍ବାଦିକ କଟି ମହାନ୍ତି ଚାଲିଗଲେ

ଯୋଡା, ୦୨/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶନିବାର ଦିନ ୧୧ ଘଟିକା ସମୟରେ ଯୋଡା ପୌରାଞ୍ଚଳର ବରିଷ୍ଠ ସାମ୍ବାଦିକ କଟି ମହାନ୍ତି ଇହଲିଳା ସମ୍ବରଣ କଲେ। ପ୍ରତିଦିନ ଭଳି ଶନିବାର ସକାଳେ ସେ ସଅଳ ବିଛଣାରୁ ଉଠି ନିତ୍ୟ କର୍ମ ସାରି ଆଉ ଥରେ ନିଦ ଲାଗୁଛି କହି ବିଛଣାରେ ଶୋଇ ପଡିଥିଲେ। କିଛି ସମୟ ପରେ ପରିବାର ଲୋକ ତାଙ୍କୁ ଉଠାଇବାରୁ ସେ ଉଠିନଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କର ଏହି ବାର୍ଦ୍ଧକ୍ୟ ଜନୀତ ଆକଷ୍ମିକ ମୃତ୍ୟୁ ଘଟଣାରେ ପରିବାର ତଥା ସମଗ୍ର ଯୋଡା ଅଞ୍ଚଳରେ ଏକ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି। ସେ ବିଭିନ୍ନ ପତ୍ର, ପତ୍ରିକାରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସିଥିବା ସହିତ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ ପାରଦର୍ଶିତା ରହିଥିଲା। ଏକଦା ତାଙ୍କୁ ମନ୍ତ୍ରୀ ସହରାଇ ଓରାମଙ୍କର ଖୁବ୍ ନିକଟତମ ବ୍ୟକ୍ତି ଭାବେ ପରିଗଣିତ କରାଯାଉଥିଲା। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଜଡିତ ରହିଆସିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କର ତିନୋଟି ପୁଅ, ତିନୋଟି ଝିଅ ଅଛନ୍ତି। ଏହି ଖବର ପାଇଁ ସେମାନେ ତାଙ୍କର ବନେଇକଳାସ୍ଥିତ ବାସଭବନରେ ପହଞ୍ଚିଥିଲେ। ବୈତରଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯାଇଛି।