Odiapua.com

ଯୋଡା : ଫେରାର ଆସାମୀ ଗିରଫ

ଯୋଡା, ୧୮ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୁଲିସ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଜଣେ ଫେରାର ଆସାମୀକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଉକ୍ତ ଆସାମୀ ଜଣଙ୍କ ହେଲା ଯୋଡାସ୍ଥିତ ମଙ୍ଗଳା ମନ୍ଦିର ନିକଟ ଟେମ୍ପେ କାରୁଆ ଓରଫ ସମ୍ଭୁ (୨୫) । ଦୀର୍ଘ ୧ ବର୍ଷ ହେବ ସମ୍ଭୁ ଫେରାର ଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ତାର ବାସଭବନରୁ ତାକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ୧୭.୦୩.୨୦୧୯ କେଶ ନଂ. ୪୧ରେ ଆବିଦ ହୋସେନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ସମ୍ଭୁ ଏବଂ ତାର ସହଯୋଗୀ ପୂର୍ଣ୍ଣ ମୁଣ୍ଡା ଓରଫ ଚିର୍ଲି ତାଙ୍କ ଘରେ ପଶି ମୋବାଇଲ ଏବଂ କିଛି ଟଙ୍କା ଚୋରି କରିଥିଲେ । ଘର ଲୋକ ତାଙ୍କୁ କାବୁ କରିନେବା ପରେ ସେ ଆବିଦଙ୍କୁ ଏକ ମାରଣାସ୍ତ୍ର ଆକ୍ରମଣ କରି ତାଙ୍କର ମୁଣ୍ଡ ଫଟାଇଦେବା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାଟିରେ ଯୋଡା ପୁଲିସ ପୂର୍ବରୁ ଚିର୍ଲିକୁ ଗିରଫ କରିଥିବା ବେଳେ ସେବେଠାରୁ ସମ୍ଭୁ ଫେରାର ଥିଲା ।