Odiapua.com

ଯୋଡା : ପୁଲୱାମା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଯୋଡା, ୧୪ା୨ (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) : ୨୦୧୯ ମସିହା ଫେବୃଆରୀ ମାସ ୧୪ ତାରିଖ ଭାରତ ପାଇଁ ଏକ କଳା ଦିବସ। ଏଦି ଦିନ ଜାମ୍ମୁ କାଶ୍ମୀର ଠାରେ ଜାମ୍ମୁ-ଶ୍ରୀନଗର ରାଜପଥର ପୁଲୱାମା ଠାରେ ଭାରତର ସୈନ୍ୟବାହିନୀକୁ ନେଇ ଯାଉଥିବା ଏକ ଯାନକୁ ଆତ୍ମଘାତୀମାନେ ବିସ୍ଫୋଟକ ଦ୍ୱାରା ଉଡେଇଦେଇଥିଲେ। ଏଥିରେ ପ୍ରାୟ ୪୦ଜଣ ବୀର ଯବାନ ସହିଦ ହୋଇଥିଲେ। ତାଙ୍କର ଉଦ୍ଦେଶ୍ୟରେ ସୋମବାର ସନ୍ଧ୍ୟାରେ ଯୋଡାସ୍ଥିତ ନନ୍ଦିଗୋସେବା ସଂଘ, ବଜରଙ୍ଗ ଦଳ, ଚାଳକ ମହାସଂଘ ଓ ଯୋଡା ଅଞ୍ଚଳର କେତେକ ବୁଦ୍ଧିଜୀବୀ ବୀର ସହୀଦଙ୍କ ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା କରିବା ସହ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଚାଳକ ମହାସଂଘ ପକ୍ଷରୁ ସହର ମଧ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତେ ବସ ରହଣୀସ୍ଥଳରେ ଥିବା ଅନ୍ୟତମ ବୀରପୁତ୍ର ଗୋପବନ୍ଧୁଙ୍କ ପ୍ରତୀମୂର୍ତ୍ତି ନିକଟରେ ଶତାଧିକ ବ୍ୟକ୍ତି ରୁଣ୍ଡ ହୋଇ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ସମୟରେ ସହୀଦ ଯବାନ ଅମରରହେ, ଭାରତ ମାତାକି ଜୟ ଧ୍ୱନୀରେ ବସ୍ ରହିଣିସ୍ଥଳଟି ପ୍ରକମ୍ପିତ ହୋଇପଡିଥିଲା। ସହୀଦ ଯବାନଙ୍କୁ ମନେରଖିବା ସହିତ ଏହି ଦିନଟିକୁ ଚିର ସ୍ମରଣୀୟ କରିବା ପାଇଁ ଫେବୃଆରୀ ୧୪କୁ ପ୍ରେମ ଦିବସ ଭାବେ ପାଳନ ନକରି ସହିଦ ଦିବସ ରୂପେ ପାଳନ କରିବା ପାଇଁ ଆୟୋଜକ ମାନେ ନିବେଦନ କରିଥିଲେ।