Odiapua.com

ଯୋଡା ପଞ୍ଚାୟତ ସମିତି : ତୃତୀୟ ଦିନରେ ୭୨ ପ୍ରାର୍ଥୀପତ୍ର ଦାଖଲ, ୨୧ ସରପଞ୍ଚ, ୬ ସମିତି ସଭ୍ୟ ଓ ୪୫ ୱାର୍ଡ ସଭ୍ୟ ଦାଖଲ କଲେ ପ୍ରାର୍ଥୀପତ୍ର

ଯୋଡା, ୧୯ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ଯୋଡା ବ୍ଲକରେ ୩୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୨୧ ଜଣ ସରପଞ୍ଚ ପ୍ରାର୍ଥୀ ଓ ୬ ଜଣ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ପ୍ରାର୍ଥୀମାନେ କେବଳ ସେମାନଙ୍କ ପ୍ରସ୍ତାବକଙ୍କ ସହ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚ ଓ ୱାର୍ଡସଭ୍ୟଙ୍କ ନିମନ୍ତେ ନାମାଙ୍କନ ଦାଖଲ କରିଥିବା ବେଳେ ସମିତିସଭ୍ୟ ପାଇଁ ଯୋଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବଡକାଳିମାଟି ପଞ୍ଚାୟତରୁ ଜଣେ, ବଳଦା ପଞ୍ଚାୟତରୁ ଜଣେ, ଭଦ୍ରାସାହି ପଞ୍ଚାୟତରୁ ଜଣେ, ବିରିକଳା ପଞ୍ଚାୟତରୁ ୩ ଜଣ, ଦେଓଝର ପଞ୍ଚାୟତରୁ ୩ ଜଣ, ଗୁଆଲୀ ପଞ୍ଚାୟତରୁ ୪ ଜଣ, ଜଲହରୀ ପଞ୍ଚାୟତରୁ ଜଣେ, କାରାଖେଣ୍ଡ୍ରା ପଞ୍ଚାୟତରୁ ୨ ଜଣ, ଭୂୟାଁରୋଇଡା ପଞ୍ଚାୟତରୁ ୨ଜଣ ଲଇଡାପଦା, ପଳସା ଓ ସେରେଣ୍ଡା ପଞ୍ଚାୟତରୁ ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡିଛି। ସେହିପରି ସମିତିସଭ୍ୟ ପଦ ପାଇଁ ଭୂୟାଁରୋଇଡା, କଣ୍ଡରା, ବିରିକଳା, ଭଦ୍ରାସାହି ପଞ୍ଚାୟତରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାନଙ୍କନ ପତ୍ର ଦାଖଲ କରିଥିବା ବେଳେ ସେରେଣ୍ଡା ପଞ୍ଚାୟତରୁ ୨ ଜଣ ପ୍ରାର୍ଥୀ ସମିତିସଭ୍ୟ ପଦ ପାଇଁ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡିଛି। ୱାର୍ଡସଭ୍ୟ ନିମନ୍ତେ ଅଂଶେଇକଳାରୁ ଜଣେ, ବାଲାଗୋଡାରୁ ୫ ଜଣ, ଭଦ୍ରାସାହିରୁ ଜଣେ, ଚମକପୁରରୁ ୨ ଜଣ, ଦେଓଝରରୁ ୫ ଜଣ, ଗୁଆଲୀରୁ ୩ ଜଣ, ଜଜାଙ୍ଗରୁ ୨ ଜଣ, କଣ୍ଡରାରୁ ୨ ଜଣ, କାରାଖେଣ୍ଡ୍ରାରୁ ଜଣେ, ଲଇଡାପଦାରୁ ୪ ଜଣ, ପଳସାରୁ ୮ ଜଣ, ସେରେଣ୍ଡା ପଞ୍ଚାୟତରୁ ଜଣେ ଓ ଭୂୟାଁରୋଇଡା ପଞ୍ଚାୟତରୁ ୧୦ ଜଣ ୱାର୍ଡସଭ୍ୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ତୃତୀୟ ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ବିଭିନ୍ନ ପଞ୍ଚାୟତରୁ ମୋଟ ୭୨ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ତୃତୀୟ ଦିନ ସୁଦ୍ଧା ୫୩ ଜଣ ୱାର୍ଡସଭ୍ୟ, ୬ଜଣ ସମିତିସଭ୍ୟ ଓ ୨୨ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୩ଟା ସମୟ ମଧ୍ୟରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପରିଷଦ ସଭ୍ୟ, ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ସରପଞ୍ଚ ଏବଂ ୱାର୍ଡସଭ୍ୟ ପଦ ସକାଶେ ନାମାଙ୍କନ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା। ତେବେ ନାମାନଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ୨୧ ରହିଥିବା ବେଳେ ଆଉ କେତେ ପ୍ରାର୍ଥୀ ମାନଙ୍କନ ପତ୍ର ଦାଖଲ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକିରହିଲା।