Odiapua.com

ଯୋଡା : ଟ୍ରଲର ଡ୍ରାଇଭରକୁ ଛୁରା ମାଡ କରି ୫ ହଜାର ଲୁଟ

ଯୋଡା, ୧୨ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଯୋଡା ପୌରପାଳିକା ଅନ୍ତର୍ଗତ ପଶ୍ଚିମ ଯୋଡା ଟାଟା ଷ୍ଟିଲ ଫାଟକ ସମ୍ମୁଖରେ ଛିଡାହୋଇଥିବା ଏକ ଟ୍ରଲର ଚାଳକଙ୍କୁ ଛୁରା ମାଡ କରି ୨ଜଣ ଦୁର୍ବୁତ୍ତ ତାଙ୍କ ଠାରୁ ୫ହଜାର ଟଙ୍କା ଲୁଟ କରିନେଇଥିବା ଯୋଡା ଥାନାରେ ଅଭିଯୋଗ ହୋଇଛି। ଏନ୍‌ଏଲ୍‌୦୧କ୍ୟୁ-୫୦୪୯ ନମ୍ବର ଟ୍ରଲରଟି ଠିଆ ହୋଇଥିବା ବେଳେ ୨ଜଣ ଦୁର୍ବୁତ୍ତ ଆସି ଅଚାନକ ଭାବେ ଟ୍ରଲର ଚାଳକ ହ୍ରୀଦୟା ଯାଦବକୁ ଛୁରା ମାଡ କରଥିଲେ। ସେ ଲହୁ ଲୁହାଣ ହୋଇପଡିଥିବା ବେଳେ ତାଙ୍କ ଠାରୁ ଦୁର୍ବୁତ୍ତମାନେ ୫ହଜାର ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଆହତ ଚାଳକ ଛାତି, ଜଙ୍ଘ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଟା ଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲା। ଏବେ ସେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ବିପଦମୁକ୍ତ ଥିବା ଜଣାପଡିଛି। ଆହତ ଚାଳକ ଜଣଙ୍କର ଘର ଝାଡଖଣ୍ଡ ରାଜ୍ୟ ଜାମସେଦପୁରରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ଯୋଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅପରାଧିଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।