Odiapua.com

ଯୋଡା : ଟାଟା ଷ୍ଟିଲ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ପ୍ରୟାସ, ଶିକ୍ଷାଦାନଅନ୍ତରକୁ ଦୂର କରୁଛି ଥାଉଜାଣ୍ଡ୍ ସ୍କୁଲ ପ୍ରୋଗ୍ରାମ

ଯୋଡା, ୧୦ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ମହାମାରୀର କଟକଣା ଯୋଗୁଁ ପ୍ରତ୍ୟେକ ସ୍ଥାନରେ ଦୀର୍ଘ ମାସ ଧରି ଶିକ୍ଷାଦାନ ବନ୍ଦ ରହିଥିବା ବେଳେ ଯୋଡା ଭଳି ଖଣି କ୍ଷେତ୍ରରେ ଅନେକ ଛାତ୍ର-ଛାତ୍ରୀ ଅଧାରୁ ପାଠ ଛାଡୁଥିବା ପରିଲକ୍ଷିତ କରାଯାଇଛି । ଗ୍ରାମାଞ୍ଚଳରେ ଅଧାରୁ ପାଠ ଛାଡିଥିବା ଏହି ପିଲମାନଙ୍କୁ ନେଇ ପୁନଃର୍ବାର ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି । ଏହା ସହିତ ସଂଖ୍ୟାଧିକ ପିଲା ଏବେବି ସ୍କୁଲ ବାହାରେ ଥିବା ବେଳେ ସେହି ପିଲାମାନଙ୍କୁ ପୁଣି ଥରେ ସ୍କୁଲକୁ ଫେରାଇ ଆଣିବା ଲାଗି ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡା ପକ୍ଷରୁ ପ୍ରୟାସ କରାଯାଇଛି ଶିକ୍ଷା ଅଧିକାର ଢାଞ୍ଚାରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଲକ୍ଷ ନେଇ ୨୦୧୫ ଜାନୁଆରିରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ‘ଥାଉଜାଣ୍ଡ୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଦିଲ୍ଲୀ ଭିତିକ ଏନ୍‌ଜିଓ ଆସ୍ପାୟର ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଜାରି ରଖି ଯୋଡ଼ା ଆଖପାଖ ଅଞ୍ଚଳରର ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଏହାର ସୁଫଳ ପହଞ୍ଚିପାରିଛି । ଦୀପା ମୁଣ୍ଡା ନାମକ ଜଣେ ଆଦିବାସୀ ଛାତ୍ରୀ ଏହାର ଦୃଷ୍ଟାନ୍ତ ପାଲଟିଛନ୍ତି । ନିଜ ଘର ଠାରୁ ସ୍କୁଲ ବହୁ ଦୂରରେ ଥିବାରୁ ଦୀପା ବିଦ୍ୟାଳୟରେ ପାଠପଢ଼ା ଛାଡ଼ି ଦେଇଥିଲେ । ଏହି ଅଭିଯାନ ମାଧ୍ୟମରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଦଳ ତାଙ୍କୁ ୨୦୧୯ରେ ପୁନଃର୍ବାର ପାଠପଢ଼ା ପର୍ଯ୍ୟନ୍ତ ଫେରାଇ ଆଣିବା ଲାଗି ଉଦ୍ୟମ କରିଥିଲେ । ତାଙ୍କୁ ଆବାସିକ ବ୍ରିଜ୍ କୋର୍ସ (ଆରବିସି)ରେ ଭର୍ତି କରାଯାଇ, ପୁନଃର୍ବାର ପାଠ ପଢାରେ ଆଗ୍ରହ ସୃଷ୍ଟି କରାଯିବା ସହ ମୁଖ୍ୟସ୍ରୋତକୁ ଫେରାଇଅଣାଯାଇଥିଲା । ଫଳରେ ମାଟ୍ରିକ ପାଠପଢ଼ା ଶେଷ କରିବା ପରେ ସେ ଏବେ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ୁଛନ୍ତି । ଭବିଷ୍ୟତରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କୁହନ୍ତି । ସେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ପାଠପଢା ଛାଡି ଦେଇଥିବା ବେଳେ ସେ ଆଉଥରେ ସ୍କୁଲକୁ ଫେରି ପୁନଃର୍ବାର ପାଠପଢା ଆରମ୍ଭ କରିବେ ବୋଲି କେବେ କଳ୍ପନା କରିନଥିଲେ । ତେବେ ଆସ୍ପାୟାର ତାଙ୍କ ଭିତରେ ଆତ୍ମବିଶ୍ୱାସ ଫେରାଇ ଆଣିବା ଫଳରେ ସେ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି କହିଛନ୍ତି । ଟାଟା ଷ୍ଟିଲର ଏହି ଅଭିଯାନରେ ସାମିଲ ହୋଇଥିବା ହଜାର ହଜାର ପିଲା ନିୟମିତ ସ୍କୁଲ ଯିବା ଆରମ୍ଭ କରିଛନ୍ତି । ଏବଂ ସ୍କୁଲ ପରିଚାଳନା କମିଟି ଓ ଗୋଷ୍ଠୀ ସେମାନଙ୍କ ଉପରେ ନଜର ରଖିଛନ୍ତିି । ପାଠପଢ଼ାରେ ରହିଥିବା ଅନ୍ତରକୁ ଦୂର କରିବା, ସ୍କୁଲ ପରିଚାଳନାରେ ଉନ୍ନତି ଆଣିବା ଏବଂ ସରକାରୀ ଶିକ୍ଷକଙ୍କ ପୁରୁଣାକାଳିଆ ପାଠପଢ଼ା ଢାଞ୍ଚାରେ ପରିବର୍ତ୍ତନ ଆଣିବା ପାଇଁ ଏହି ଅଭିଯାନରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସାତଟି ଗୋଷ୍ଠୀ ଶିକ୍ଷା ସମ୍ବଳ କେନ୍ଦ୍ରର ଏକ ଯୋଗାଯୋଗକୁ ସମୃଦ୍ଧ ଅନଲାଇନ୍ ଓ ଅଫ୍‌ଲାଇନ୍ ବ୍ୟବସ୍ଥା ସହ ଯୋଡ଼ାରେ ସ୍ଥାପନ କରାଯାଇଛି ଯାହା ଏହି କେନ୍ଦ୍ରଗୁଡ଼ିକର ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟକ ହୋଇପାରିଛି ବୋଲି ସ୍ମିତା ଅଗ୍ରୱାଲ୍‌, ମୁଖ୍ୟ (ଶିକ୍ଷା), ଟାଟା ଷ୍ଟିଲ୍ ସୂଚନା ଦେଇଛନ୍ତି । ପୂର୍ବରୁ ଟାଟା ଷ୍ଟିଲର ଏହି ଅଭିଯାନ ଓଡିଶା ସରକାରଙ୍କ ସିଏସ୍‌ଆର୍ ପୁରସ୍କାର କାର୍ଯ୍ୟକ୍ରମ୨୦୧୮ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାଉଜ୍ୟାଣ୍ଡ୍ ସ୍କୁଲ ପ୍ରୋଗ୍ରାମ୍‌କୁ ସବୁଠୁ ପ୍ରଭାବଶାଳୀ ସିଏସ୍‌ଆର୍ ପ୍ରକଳ୍ପ ଭାବେ ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି ।