Odiapua.com

ଯୋଡା : ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପାଇଁ ୱାର୍ଡ ସଭା

ଯୋଡା,୩୧ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜିଲ୍ଲା ଖଣିଜ ପାଣ୍ଠୀ ଅନୁଦାନରେ ରଣାଶାଳ ଘାଟି ଠାରୁ ବାମେବାରୀ, ଯୋଡା-ବାମେବାରୀ ଏକ୍ସପ୍ରେସ ୱେ-୨ ଭାୟା ଯୋଡା ରାସ୍ତା ୪.୮ କି.ମି. ଠାରୁ ୧୭.୮ କି.ମି. ପର୍ଯ୍ୟନ୍ତ ୧୩ କି.ମି. ରାସ୍ତାର ଉନ୍ନତିକରଣ ନିମନ୍ତେ ଖୁଣ୍ଟପାଣି ଗ୍ରାମରେ ସଂରକ୍ଷିତ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଏକ ୱାର୍ଡ ସଭା ବୁଧବାର ପୂର୍ବାହ୍ନରେ ଖୁଣ୍ଟପାଣି ଉ.ପ୍ରା. ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ରାଜସ୍ୱ ଗ୍ରାମର ଶତାଧିକ ମହିଳା, ପୁରୁଷ ଉପସ୍ଥିତ ରହି ଏହି ରାସ୍ତା ନିର୍ମାଣ ହେଲେ ସେମାନଙ୍କର କୌଣସି ଆପତ୍ତି ନଥିବା ଜଣାଇବା ସହ ନିଜର ସମମତି ପ୍ରଦାନ କରିଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଟଡାଙ୍ଗ ସାହି ଠାରୁ ଜଜାଙ୍ଗ ପର୍ଯ୍ୟନ୍ତ ୧୩ କି.ମି. ରାସ୍ତା ସ୍ଥାନୀୟ ବାସିନ୍ଦାଙ୍କ ସ୍ୱଚ୍ଛନ୍ଦ ଗମନାଗମନ ପାଇଁ କାର୍ଯ୍ୟରେ ଲାଗିପାରିବ । ଜିଲ୍ଲା ଖଣିଜ ପାଣ୍ଠୀରୁ ୯୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ଏହି ଦୂର୍ଗା କଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ କାର୍ଯ୍ୟଭାର ତୁଲାଇବାକୁ ଦିଆଯିଇଥିବା ଜଣାପଡିଛି । ଏହି ୱାର୍ଡ ସଭାରେ ପୂତ୍ତ ବିଭାଗର ସହକାରି ନିର୍ବାହୀ ଯନ୍ତ୍ରୀ ଅଶୋକ ମହାପାତ୍ର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ସୁଲତା ପ୍ରଧାନ, ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ପୌରସହକାରୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ, ଗୋଷ୍ଠୀ ସହାୟୀକା ସୁପ୍ରଭା ପାଣିଗ୍ରାହୀ ଏବଂ ପୌର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।